Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gunanidhi Samal

Abstract Others

3  

Gunanidhi Samal

Abstract Others

ଉଡା ପକ୍ଷୀ

ଉଡା ପକ୍ଷୀ

1 min
198


ନିଃସଙ୍ଗ ଜୀବନେ ଆସିଥିଲ ତୁମେ

ଉଡା ପକ୍ଷୀଟିଏ ହୋଇ

ଜାଣି ମୁଁ" ନ'ଥିଲି ଉଡିଯିବ ଦିନେ

ଦୁଇଡେଣା ଝାଡ଼ି ଦେଇ ,

ସାଉଁଟି ଆଣିଲି କେତେ କୁଟା କାଠି

ଯତନେ ବାନ୍ଧିଲି ନୀଡ଼

ଭାବିଥିଲି ମନେ କୁନି ପିଲା ଦିନେ

ଜମାଇବେ ଏଠି ଭିଡ଼ ,

ଆଶାର ସପନ ଆଶାରେ ରହିଲା

ରାତି ଯାଇଥିଲା ପାହି....

ନିଃସଙ୍ଗ ଜୀବନେ...........।

ଫେରିବ ଫେରିବ କହି ଦେଇଗଲ

ଚାହିଁଛି ମୁଁ"ତୁମ ବାଟ

ଋତୁ ବଦଳିଲା , ରଙ୍ଗ ବଦଳିଲା

ବଦଳିଲା ତୁମ ରୂପ ,

ଯୌବନ ନଈରୁ ପାଣି ଶୁଖିଗଲା

ମନ ତ'ଗଲାଣି ମରି

ପରତେ ନୋହୁଛି ଏଜୀବନେ ଆଉ

ପାଇବି ତୁମକୁ ଫେରି ,

ତୁମରି ଦେହର ଭୁରୁ ଭୁରୁ ଗନ୍ଧ

ପବନରେ ଯାଏ ଛୁଇଁ.....

ନିଃସଙ୍ଗ ଜୀବନେ..............।



Rate this content
Log in