STORYMIRROR

Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ଉଦାସ ହସ

ଉଦାସ ହସ

1 min
267

ପରାଜିତ ହସ


ଆଖିକୁ ମାଗିଲି ସପନ ରାସ୍ତା

କହିଲା ରାତିକୁ ଆସ

ରାତିକୁ ମାଗିଲି ଆଖିର ନିଦ

କହିଲା ଦିନରେ ହସ

ଦିନକୁ ମାଗିଲି ଜୋଛନା ଟୋପେ

କହିଲା ଏବେ ପା ଶ୍ରାବଣ ମାସ

ଶ୍ରାବଣକୁ ଯେବେ ମାଗିଲି ଶ୍ରାବଣୀ

ମେଘରେ ମାଘୁଆ ଶୋଷ

ମେଘର ଠିକଣା ମାଗିଲି ଯେବେ

ଯାଆ ଆକାଶ ଉଆସ

ଆକାଶକୁ ଯେବେ ମାଗିଲି ଜହ୍ନ

କଲା ମତେ ଉପହାସ

ଛାତ ତଳେ ଆଉ ଛତା ନାହିଁ ଯେଣୁ

ନୀଳକଇଁ ପରି ପିଇବି ନୀଳବିଷ

ବରଷା ବତାଏ ପ୍ରେମର ଠିକଣା

ମେଘର ଭରା ରୋଷ

ମେଘକୁ ପଚାରି ବୁଝିସାରିଛି ମୁଁ

କହିବ କାଳେ ସବୁ ଜଉତିଷ

କହେ ନବଗ୍ରହ ସ୍ଥିତି ଭଲନାହିଁ 

କରିଦେବ ସର୍ବନାଶ

ସେଦିନୁ ଆଉ ମୁଁ ମାଗୁନି କାହାକୁ

ଯଦିଓ ପାଉଛି ଅନେକ କ୍ଳେଶ

ଆଜି ଯଦି ଦିଏ ଭାଗ୍ୟଫଳ ଦୋଷ

ପରାଜୟ କହେ ଦୁଃଖ ପରେ ସୁଖ ଅଶେଷ

ନୁହେଁ ଭାଗ୍ୟ ଦୋଷ ନକରି ରୋଷ କି ଦ୍ୱେଷ

ଇନ୍ଦ୍ରଧନୁର ସାତରଙ୍ଗ ବାଘନିଶ ।


Rate this content
Log in

Similar oriya poem from Tragedy