STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଉଛୁଳା ନଦୀର ପ୍ରୀତି -ରୀତା

ଉଛୁଳା ନଦୀର ପ୍ରୀତି -ରୀତା

1 min
134

ଉଛୁଳା ନଦୀ ଟିଏ ମୁଁ

ଶ୍ବାସତ ପ୍ରେମ ର ରଙ୍ଗ ନେଉ

ଧାଇଁଥିଲି ତୁମ ସହ ମିଶିବାକୁ

କେତେ ପାହାଡ, କେତେ ଜମି ଗଛଲତା ଘଞ୍ଚ ଜଙ୍ଗଲ

ଅତିକ୍ରମ କରି ଧାଇଁଆସିଥିଲି ତୁମ ପାଖକୁ

କିଛି ବାଧା ବନ୍ଦନ ନ ମାନି

ମନରେ କହିବାକୁ ଅନେକକଥା ସାଇତିଥିଲି

ହେଲେ ସାଗର ତୁମକୁ ଦେଖି ମୁଁ ସବୁ ଭୁଲିଗଲି

ମୋ ମିଳନର

ପ୍ରଗାଢ଼ ଇଚ୍ଛା ମୋ ବ୍ୟାକୁଳତା

ତୁମେ ବି ପଢ଼ିଦେଲ ବୋଧେ

ମତେ ତୁମ ବିଶାଳ ବକ୍ଷ ରେ ନିର୍ଦ୍ୱନ୍ଦରେ ସ୍ଥାନ ଦେଲ

ସେତେବେଳେ ମୁଁ ମୋ ଅସ୍ତିତ୍ବ କୁ ଭୁଲିଗଲି

ତୁମ ପ୍ରେମ ର ପ୍ରଥମ ଛୁଆଁ ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract