STORYMIRROR

Dr Santosh Kumar Panda

Inspirational

3  

Dr Santosh Kumar Panda

Inspirational

ଉଚ୍ଚମନା ନିମ୍ନଗା

ଉଚ୍ଚମନା ନିମ୍ନଗା

1 min
142

ବହି ବହି ଯାଉ ନିମ୍ନଗା ତୁହି ଲୋ

  କହି କହି ଏଇ କଥା

ଆଗେଇ ଚାଲରେ ବୀର ସୈନିକ

  ଦେଇ ବିଜୟର ବାର୍ତ୍ତା।ଘୋ।


କଣ୍ଟକିତ ଆଉ କଙ୍କର ପଥ ଯେ

  ହୁଏ ତୋର ଚଲାପଥ

ବାଧା ବନ୍ଧନ ଦୂରେ ସବୁ ଠେଲି

  ଅଗ୍ରସର ହୁଅ ମିତ।୧।


ଉଦର ତୋହର ହୁଏ ତ ବିଶାଳ

  ଦୂରେ ଦୂରେ ଯେତେ ଯାଉ

ସସ୍ନେହ ସର୍ବେ କରି ଆପଣାର

  ସାର୍ଥକ ଜୀବନ ହେଉ।୨।


ଆନନ୍ଦ ଲଭୁ ତୁ ଲକ୍ଷ୍ୟ ପୂରଣେ

  ସାଗରେ ମିଶିଲେ ଯାଇ

ପର ଉପକାର ମୋକ୍ଷ ପ୍ରାପ୍ତି ପାଇଁ

  ମଣିଷ ଜନମ ଭାଇ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational