STORYMIRROR

Sudipta Behera

Abstract

3  

Sudipta Behera

Abstract

ତ୍ୟାଗର ରଙ୍ଗ

ତ୍ୟାଗର ରଙ୍ଗ

1 min
304

ଜୀବନର ଅନ୍ୟ ନାମ ତ୍ୟାଗ

ତ୍ୟାଗ ବିନା ଅଧୁରା ପ୍ରେମର ସାତ ରଙ୍ଗ.

ପ୍ରେମ କେବେ ଶାଶ୍ୱତ ଚିରନ୍ତନ ପ୍ରବହ ମାନ

ଆଉ କେବେ ତ୍ୟାଗ ତିତିକ୍ଷା ଦାହ ମାନ.

ତ୍ରେତୟା ର ସୀତା ଦ୍ବାପର ର ରାଧା

ଭୋଗ ଠାରୁ ତ୍ୟାଗ ପ୍ରେମ ମହୀୟାନ.

ତ୍ୟାଗ କେବେ ମା ସାଜେ ବାନ୍ଧେ ପ୍ରେମ ପଣତ କାନିରେ

ଆଉ କେବେ ପ୍ରିୟା ସାଜି ପ୍ରାଣ ରକ୍ଷା କରେ.

ଅନୂଢ଼ା ଯୌବନେ ଶବରୀର ପ୍ରତୀକ୍ଷା ବାର୍ଦ୍ଧକ୍ୟର ଅନ୍ତେ

ପ୍ରେମ ଏଠି ନିତି ଅପେକ୍ଷମାଣ ଜୀବନ ଦିନାନ୍ତେ.

ତ୍ୟାଗର ରଙ୍ଗ ଏଠି ଉଜ୍ଜୀବିତ ହୃଦୟର କୋଣେ

ପ୍ରେମ ସତ୍ୟ ଶାଶ୍ୱତ ନିର୍ଲିପ୍ତ ତ୍ୟାଗ ସମର୍ପଣେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract