STORYMIRROR

Sukanti Hotta

Abstract

3  

Sukanti Hotta

Abstract

ତ୍ୟାଗର ମୂର୍ତ୍ତି

ତ୍ୟାଗର ମୂର୍ତ୍ତି

1 min
291

ଥକା ପଥିକର ସାଥିଟିଏ ମୁଁ

ତ୍ୟାଗ ମୋ ଜୀବନ ଲକ୍ଷ୍ୟ

ଧନୀ ଗରୀବ ସଭିଏଁ ନିଜର

ନାମ ଅଟେ ମୋର ବୃକ୍ଷ


ଚେରମୂଳ ମୋର ଡାଳ ପତର

ସଭିଙ୍କ ଆସେ କାମରେ

ବାୟୁ ପ୍ରଦୂଷଣ ରୋକିଥାଏ ମୁଁ

ମାଟିକୁ ସୁଦୃଢ କରେ


ଶୀତଳ ପବନ ସଭିଙ୍କୁ ଯୋଗାଏ

ମୋ ଲାଗି ବର୍ଷା ହୁଏ

ଔଷଧ ଗୁଣରେ ମୁଁ ଭରପୁର

ସୃଷ୍ଟି ରକ୍ଷା କରିଥାଏ


ମୋ ଡାଳରେ ପକ୍ଷୀ ମନ ଆନନ୍ଦରେ

ଚିଂ ଚିଂ କରୁଥାନ୍ତି

କୁନିକୁନି ଛୁଆ ମନ ଖୁସିରେ

ଛାଇରେ ଖେଳୁଥାନ୍ତି


ଘର କରିବାକୁ ମୋତେ କାଟିଦେଇ

ନିଜର କରନ୍ତି କ୍ଷତି

ସଭିଙ୍କ ମଙ୍ଗଳ କାମନା ମୁଁ କରେ

ତ୍ୟାଗର ମୁଁ ପ୍ରତିମୂର୍ତ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract