STORYMIRROR

puspalata samantary

Inspirational

4  

puspalata samantary

Inspirational

ତ୍ୟାଗୀ ଜୀବନ

ତ୍ୟାଗୀ ଜୀବନ

1 min
463

ଯୁବ ପିଢ଼ି ଆମ ଏ ଦେଶ ପାଇଁ କି

ଅଟନ୍ତି ଅମୂଲ୍ୟ ଧନ,

ତାଙ୍କ ସାହାଯ୍ୟ ପାଇ ଏ ଦେଶଟା

ବିଶ୍ୱ ହୋଇବ ମହାନ୍।

ଦେଶ ପାଇଁ ପ୍ରାଣ ବଳିଦାନ ଦେଇ

କେତେ ସବୁ ମହାମତି,

ଇତିହାସ ବୁକୁ ଉତ୍ତୁଙ୍ଗେ ଧରିଛି

ସନ୍ତାନ ମାନଙ୍କ କୃତି।

ଲଖ୍ଣଣ ନାୟକ ଆଉ ଏକ କୃତି

ସନ୍ତାନ କୋରାପୁଟର,

ପିତା ମାତା ,ଗ୍ରାମ ଟେକ ରଖିଗଲା

ଗରବ ଇତିହାସର।

ବାର ବରଷର କିଶୋର ପୁଅ ସେ

ଧରମା ଯାହାର ନାମ,

ବାରଶ ଶିଳ୍ପୀଙ୍କ ଜୀବନ ପାଇଁ କି

ଉତ୍ସଗିଲା ତା ଜୀବନ।

ବାଜି ରାଉତର ଧଯ୍ୟ ଓ ସାହସେ

ଫିରିଙ୍ଗି ଚକିତ ହେଲା,

ଦେଶ ପାଇଁ ପ୍ରାଣ ବଳିଦାନେ ତାଙ୍କ

ବିବେକ ଦୋହଲି ଗଲା।

ସେହି ମାଟି ପବନରେ ଗଢ଼ା

ହୋଇଛ ଯୁବା ଆମର,

ଧମନୀରେ ତୁମ ପ୍ରବାହିତ ହେଉ

ନାହିଁ କି ଦେଶ ରୁଧିର।

ଆଜି ଏ ସମାଜ ପ୍ରାଣ ତରସୁଛି

ଭୟ ବିଜଡ଼ଡ଼ ମନ,

କାରଣ କୁ ଦେଖି ହୃଦୟ ବିଳପେ

ହେଉଛନ୍ତି ମୁହ୍ୟମାନ।

ନିଶା ର ପ୍ରସାରେ ଦିଶାହୀନ ପଙ୍ଗୁ

ହେଉଛି ଯୁବା ବିବେକ,

ହୀନ ପରିଚୟେ ପରିଚିତ ତାଙ୍କୁ

ମିଳେ ଘୃଣିତ କଟାକ୍ଷ।

ନିଶାଠୁ ଦୂରେଇ ଦେଶ ପାଇଁ ତୁମେ

ହୁଅ ଶ୍ରେଷ୍ଠ ପରିଚୟ,

ଯଶ ଆୟୁଷ୍ମାନ ହୋଇବ ତୁମର

ପିତା ମାତା ପାଇଁ ଶ୍ରେୟ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational