Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ତୁଉ କଳୀ ମୁଁ ଅଳି

ତୁଉ କଳୀ ମୁଁ ଅଳି

1 min
6.6K


ହୃଦୟ ସରସୀ ସଜ ସରସୀଜ

ତୋରେ ସମର୍ପଣ କରି

କେମିତି ଭୁଲିବି ମମତା ମୟୀ ତୁ

ମୋ ଜୀବନ ନଈର ତରୀ ।।

ଯେତେ ଦୂରେ ତୁମେ ଥିଲେ ପଛେ ଥାଅ

ନିତି ସପନରେ ଆସ

ଆଖି ଛଳଛଳ ସପନ ଭାଙ୍ଗିଲେ

ଘନଘଟା ଘୋର ତ୍ରାସ ।।

ସଂପର୍କର ସେତୁ ଅଭିନ୍ନ ଭିନ୍ନ

କେବେବି ତୁଟଇ ନାହିଁ

ଦୂରତା କୃରତା ଭରଇ ଜୀବନେ

ଖାଲି ଅବସାଦ ଦେଇ ।।

ସାଗର ବେଳାର ବାଲିଘର ପ୍ରେମ

ବନ୍ଧନ ନୁହେଁରେ ସହୀ

ମନ ଗହନର ପ୍ରାନ୍ତର ସଉଧେ

ଥିବ ସ୍ଵର୍ଣ୍ଣାକ୍ଷରେ ଲିହି ।।

ମଧୁ ସଉରଭ ହୃଦୟ କୁସୁମ

ତୋ କରେ ଦେଇଛି ଭରି

ଭୁଲିନି କି ଭୁଲି ପାରିବି ନାହିଁ ଲୋ

ତୁଉ କଳୀ ମୁଁ ଅଳି ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳା ଯୋଡି , ଖୋର୍ଦ୍ଧା


Rate this content
Log in

Similar oriya poem from Romance