STORYMIRROR

ଦୀପଙ୍କର ଦାସ

Abstract Romance Fantasy

2  

ଦୀପଙ୍କର ଦାସ

Abstract Romance Fantasy

ତୁମରି ସଙ୍ଗେ ବାନ୍ଧିଛି ପ୍ରାଣ

ତୁମରି ସଙ୍ଗେ ବାନ୍ଧିଛି ପ୍ରାଣ

1 min
144


ମୁଁ ତୁମରି ସଙ୍ଗେ ବାନ୍ଧିଛି ମୋର ପ୍ରାଣ ସ୍ୱରର ବନ୍ଧନେ

ତୁମେ ଜାଣନା ମୁଁ ତୁମକୁ ପାଇଛି ଅଜଣା ସାଧନେ

ମୁଁ ତୁମରି ସଙ୍ଗେ ବାନ୍ଧିଛି ମୋର ପ୍ରାଣ ସ୍ୱରର ବନ୍ଧନେ।


ସେଇ ସାଧନାରେ ମିଶି ଯାଏ ବକୁଳ ଗନ୍ଧ

ସେଇ ସାଧନାରେ ମିଶି ଯାଏ କବିଙ୍କ ଛନ୍ଦ

ତୁମେ ଜାଣନା ଢାଙ୍କି ରଖିଛି ତୁମର ନାଆ ରଙ୍ଗୀନ ଛାୟାର  ଆଚ୍ଛାଦନେ।


ମୁଁ ତୁମରି ସଙ୍ଗେ ବାନ୍ଧିଛି ମୋର ପ୍ରାଣ ସ୍ୱରର ବନ୍ଧନେ।

ତୁମର ଅରୂପ ମୂର୍ତ୍ତିକୁ ଫାଲଗୁନର ଆଲୁଅରେ ବସାଏ ଆଣି ଅରୂପ ମୂର୍ତ୍ତିକୁ ।


ବଇଁଶୀ ବଜାଏ ଲଳିତ ବସନ୍ତେ ସୁଦୂର ଦିଗନ୍ତେ

ସୁନାର ଆଭରେ କମ୍ପେ ତୁମ ଉତ୍ତରି ଗୀତର ତାଳର ଉନ୍ମାଦନେ।


ତୁମେ ଜାଣନା ମୁଁ ତୁମକୁ ପାଇଛି ଅଜଣା ସାଧନେ

ମୁଁ ତୁମରି ସଙ୍ଗେ ବାନ୍ଧିଛି ମୋର ପ୍ରାଣ ସ୍ୱରର ବନ୍ଧନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract