STORYMIRROR

Prasant Kumar Nath

Romance Others Abstract

2  

Prasant Kumar Nath

Romance Others Abstract

ତୁମରି ପ୍ରେମରେ

ତୁମରି ପ୍ରେମରେ

1 min
14K


ନିଜକୁ ଆଜିମୁଁ ହଜେଇ ଦେଇଛି

ତୁମରି ପ୍ରେମରେ

ତୁମରି ଛବିକୁ ଆଙ୍କୁଅଛି ନୀତି

ମନ ଆଇନାରେ ।

ସବୁ ଦିନ ମୋର ବିତି ଯାଉଅଛି

ତୁମ ଭବନରେ

ସବୁ ରାତି ମୋର କଟି ଯାଉଅଛି

ତୁମ ସପନରେ ।

ତୁମ ସାଥେ ମୁହିଁ କଥା ହେଉଅଛି

ଆଖି ଇସାରାରେ

ଗୁଣୁ ଗୁଣୁ ହୋଇ ଗୀତ ଗାଉଅଛି

କେତେ ବେସୁରାରେ ।

ତୁମେତ ଆସୁଛ ଭାବନାକୁ ନେଇ

ସକାଳ ସଞ୍ଜରେ

ତୁମେ ଯେ ରହିଛ ସାଥିରେ ମୋହର

ଆଖି ପଲକରେ ।

ପ୍ରେମର ନଅର ତୋଳି ମୁଁ ସାରିଛି

ତୁମରି ସାଥିରେ

ନିଜକୁ ଆଜି ମୁଁ ହଜେଇ ଦେଇଛି

ତୁମରି ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance