STORYMIRROR

Prafulla Chandra Mishra

Romance

2  

Prafulla Chandra Mishra

Romance

ତୁମପାଇଁ କବିତା

ତୁମପାଇଁ କବିତା

1 min
154

        

ତୁମ ହସରେ ଗୋଲାପ ଫୁଟେ

ତୁମ ମନରେ ମଳୟ ଛୁଟେ,

ତୁମେ ଅମାନିଆଁ ଗୋଟେ ନଈ

ତୁମେ ଛଳ ଛଳ ଯାଆ ବହି ।।


ତୁମେ ଫୁଟା ସ୍ଵର୍ଣ୍ଣଚମ୍ପା କଳିକା

ତୁମେ ସଞ୍ଜୁଆ ଲଗନ ସଳିତା

ତୁମେ ସାତରଙ୍ଗୀ ଶକ୍ର ଶାୟକ

ତୁମେ ପୁଷ୍ପ ବାଟିକା ମହକ ।।


ତୁମ ଆଖିର ଅନେକ ନିଶା

ତୁମେ ବସନ୍ତ ଦୂତର ଭାଷା,

ତୁମ କବରୀ ସିନ୍ଦୁ ଲ‌ହରୀ

ସେଠି ଅଳସ ଭାଙ୍ଗେ ସର୍ବରୀ ।।


ତୁମେ ପ୍ରଷ୍ଫୁଟିତ ପଦ୍ମ ପ୍ରସୂନ

ତୁମେ ସକାଳର ସଜ କୁସୁମ,

ତୁମ ଆଖିରେ ଏଣୀ ର ଚାହାଣି

ତୁମ ମୁହଁରେ ଜହ୍ନର ରୋଷଣୀ ।।


ତୁମ ଚାଲି ରାଜହଂସୀ ଛଟକ

ତୁମ ବାଉଳା ପବନ ପୁଲକ,

ତୁମେ ମେଘର ବିଜୁଳି ଝଲକ

ମୋ ମନ ଅନ୍ଧାର ର ଆଲୋକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance