STORYMIRROR

ବିନୟ ମହାପାତ୍ର

Abstract

3  

ବିନୟ ମହାପାତ୍ର

Abstract

ତୁମକୁ ପାଇ ମୁଁ ପାଇଛି ସବୁ

ତୁମକୁ ପାଇ ମୁଁ ପାଇଛି ସବୁ

1 min
370

ମଧୁ ପିଇବାକୁ ଚାହେଁନା ଆଗୋ

ଯଦି ତୁମ ଓଠ ଚୁମି ଯାଏ,

ଗୀତ ଶୁଣିବାକୁ ଚାହେଁନା ଏ ମନ

ଯଦି ତୁମ ଆଖି କିଛି କୁହେ ।।

ଫୁଲର ମହକେ ମାନେନା ଏ ମନ

ତୁମ ମାଦକତା ବିନା,

ତୁମ ଓଠ ଯଦି କହେ ଦୁଇ ପଦ

କି କରିବି କୁହ ବୀଣା ।

ତୁମରି କଣ୍ଠର ମଧୁ ଝରା ସୁର

ବୀଣା କୁହ କାହିଁ ଦିଏ,

ଗୀତ ଶୁଣିବାକୁ ଚାହେଁନା ଏ ମନ

ଯଦି ତୁମ ଆଖି କିଛି କୁହେ ।।

ମଳୟର ମଧୁ ମହକ ପରଶ

ମନ ମୋର ଖୋଜେ ନାହିଁ,

ତୁମରି ମହକେ ପାଗଳା ଏମନ

ତୁମରି ପରଶ ପାଇଁ ।

ତୁମକୁ ଖୋଜୁଛି ମୋ ବାହୁ ବନ୍ଧନେ

ତୁମଛଡା କୁହ ଏତେ ମାଦକତା,

ଆଉକେ ପାରିବ ଦେଇ,

ଖୋଜେ ନାହିଁ ମନ ମଳୟ ପରଶ,

ଖୋଜେ ନାହିଁ ଅବା ଗୋଲାପର ବାସ

ତୁମେ ନେଲ ମନ ଚୋରେଇ ।।

ଝରଣାର କୁଳୁ କୁହୁକ ଶବଦ

ତୁମ ନୂପୁରର ଛନ୍ଦେ,

ପାଗଳ ଆଜି ମୁଁ ତୁମ ଲାଗି ସଖୀ

ତୁମରି ରୂପର ଗନ୍ଧେ ।

ତୁମରି ଦେହର ସୁଗନ୍ଧି ମହକ

ମଳୟ କି ଦେଇ ପାରେ,

ମଧୁ ପିଇବାକୁ ଚାହେଁନା ଆଗୋ

ଯଦି ତୁମ ଓଠ ଚୁମି ଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract