Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Romance Classics Inspirational

3  

Kabiratna Nutan Kumar Behera

Romance Classics Inspirational

ତୁମକୁ ମୁଁ ପାରୁନି ଭୁଲି

ତୁମକୁ ମୁଁ ପାରୁନି ଭୁଲି

1 min
170


     

ତୁମକୁ ମୁଁ ପାରୁନି ଭୁଲି

ମନେ ପଡ଼ ଅହରହ ଦିବାନିଶି ଖାଲି

ଦେଖା ହେଲେ ଯାଅ ଚାଲି

ଅଧରେ ଫୁଟାଇ ହସର ଫୁଲ ମଲ୍ଲୀ

ପଦିଏ ବି କୁହ ନାହିଁ କଥା l

ତୁମେ ମୁହଁ ଖୋଲି

ଆଖିରେ ଆଖିରେ ଦିଅ ଇସାରା

ଲାଗେ ମୋତେ ତୁମ ଚାହାଁଣି ନିଆରା

ମନଟା ମୋର ଯାଏ ଚହଲି

ତୁମକୁ ମୁଁ ପାରୁନି ଭୁଲି l

ତୁମ ଅଙ୍ଗ ରଙ୍ଗ ଫୁଟିଛି ପାଖୁଡ଼ା ମେଲି

ମହକରେ ତାର ମହକି ଯାଏ

ଭାବ ଭାବନାରେ ଆସ ତୁମେ ଝୁଲି ଝୁଲି

ଆଙ୍କେ ତୁମ ଛବି ତୁମ ରୂପକୁ ଭାବି l

ଲାଗ ତୁମେ ରଙ୍ଗର ପସରା ନବ ନହୁଲି

ଛଟକେ ଝଟକେ ତୁମ ସୌନ୍ଦର୍ଯ୍ୟ

ପ୍ରାଣେ ଆସେ ପ୍ରାଣ ପ୍ରାଚୁର୍ଯ୍ୟ

ଦେଖେ ମୁଁ ସପନ ସୁନେଲି ସୁନେଲି l

ତୁମକୁ ମୁଁ ପାରୁନି ଭୁଲି

କି କିମିଆଁ କଲ ତୁମ ବଶେ ରହିଲି

ତୁମ ବିନା ଆଉ କିଛି ଭଲ ଅଛି

ଲାଗେନା ସେ ସବୁ ମୋତେ ଅସଲି l

ତୁମେ ମୋର ଚୁଲୁବୁଲି

ଆଖି ଆଗେ ଦିଶୁଅଛ ଝିଲିମିଲି

ପରଶମଣି ପରି ଟାଣି ନିଅ

ପରଶରେ ଖେଳୁ ଆମେ ପ୍ରେମର ହୋଲି

କହି ମୁଁ ପାରେନା ଭଲ ପାଏ ବୋଲି l

ତୁମକୁ ମୁଁ ପାରୁନି ଭୁଲି

ମୋ ମନ ତୁମକୁ ଦେଇ ହୋଇଛି ଖିଆଲି

ଭାବେ ଦେଖା ହେଲେ କହି ଦେବ ମୋତେ

ମୋତେ ତୁମେ ଭଲ ପାଏ ବୋଲି

କହି ତ ପାରନା ଲାଜରେ ମୁହଁ ଖୋଲି l

ନୀରବେ ନୀରବେ ଦିନ ଯାଏ ଚାଲି

ମନେ ମୋର ଅଛି ତୁମ ପାଇଁ ଏ ପ୍ରେମ

ଭାବ ଭାବନାରେ ଲାଗେ ଅନୁପମ

ମୁଁ ତୁମ ଜୀବନର ବସନ୍ତ ହେଲେ

ତୁମେ ଫଗୁଣର କୋଇଲି

ତୁମକୁ ମୁଁ ପାରୁନି ଭୁଲି...।

         



Rate this content
Log in

Similar oriya poem from Romance