ତୁମକୁ ମାଗିବିନି ଆଉ
ତୁମକୁ ମାଗିବିନି ଆଉ
ତୁମକୁ ମାଗିବିନି ଆଉ
ଅଧିକା ମାଗିଲେ ମୁହଁ ଫେରେଇଲେ
ମୋତେ କଣ ଆଉ ଲାଗିବ,
ତୁମେ ପରା ସବୁ କରିଦେଇ ଥାଅ
ମାଗିବା ଆଗରୁ ଜାଚି ଦେଇ ଦିଅ,
କେମିତି କହିବି କେମିତି ମାଗିବି
ଦେଇ ନାହିଁ କହି ପାପି ହୋଇଯିବି,
ଯେମିତି ରଖଛ ଭଲରେ ରଖୁଛ
ତୁମେ ବି ଠାକୁରେ ଭଲରେ ରହିଛ,
ହେଲେ, ମିଛ ସବୁ ଡାହା ମିଛ ମୁଁ କହେ
ପାଇନି ପାଇନି ଚିତ୍କାର କରିଲେ
ବୋଧେ ଦି ଭାଗେ ମିଳିବ ଭାବିକି ହେ,
ଯେତେ କହିଲେ ବି ମିଳିବନି କିଛି
ଯା ମିଳିବା କଥା ମିଳି ତ ସାରିଛି,
ହେଲେ ତୁମେ ମୋ ଜଗତ ସାଇଁ
କାହିଁକି ମାଗିବି କି ଲାଗି ମାଗିବି
ଯାହା ଦେବେ କଥା ଦେଇ ତ ସାରିଛ,
ଅଧିକା ମୋ ଲୋଡାନାହିଁ ।
