STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ତୁମକୁ ମାଗିବିନି ଆଉ

ତୁମକୁ ମାଗିବିନି ଆଉ

1 min
336

ତୁମକୁ ମାଗିବିନି ଆଉ

ଅଧିକା ମାଗିଲେ ମୁହଁ ଫେରେଇଲେ

ମୋତେ କଣ ଆଉ ଲାଗିବ,

ତୁମେ ପରା ସବୁ କରିଦେଇ ଥାଅ

ମାଗିବା ଆଗରୁ ଜାଚି ଦେଇ ଦିଅ,

କେମିତି କହିବି କେମିତି ମାଗିବି

ଦେଇ ନାହିଁ କହି ପାପି ହୋଇଯିବି,

ଯେମିତି ରଖଛ ଭଲରେ ରଖୁଛ

ତୁମେ ବି ଠାକୁରେ ଭଲରେ ରହିଛ,

ହେଲେ, ମିଛ ସବୁ ଡାହା ମିଛ ମୁଁ କହେ

ପାଇନି ପାଇନି ଚିତ୍କାର କରିଲେ

ବୋଧେ ଦି ଭାଗେ ମିଳିବ ଭାବିକି ହେ,

ଯେତେ କହିଲେ ବି ମିଳିବନି କିଛି

ଯା ମିଳିବା କଥା ମିଳି ତ ସାରିଛି,

ହେଲେ ତୁମେ ମୋ ଜଗତ ସାଇଁ

କାହିଁକି ମାଗିବି କି ଲାଗି ମାଗିବି

ଯାହା ଦେବେ କଥା ଦେଇ ତ ସାରିଛ,

ଅଧିକା ମୋ ଲୋଡାନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics