STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ତୁମେ

ତୁମେ

1 min
161

ତୁମେ ବୈଶାଖେ ଦାରୁଣ ନିଦାଘ

     ମୁଁ ଶୀତଳ ସମୀର

ତୁମେ ଜ୍ୟୋଷ୍ଠର ଗୁଳୁ ଗୁଳି କଷ୍ଟ

    ମୁଁ ରସିକ ନାଗର ।।

ତୁମେ ଆଷାଢ ମାସର ମୌସୁମୀ

     ମୁଁ ସୁନୀଳ ସାଗର

ତୁମେ ସାତଟି ମେଘର ଶ୍ରାବଣ

     ମୁଁ କଅଁଳ ପତର ।।

ତୁମେ ଭାଦ୍ରବର ଭଗ୍ନ ଭାବନା

     ମୁଁ ପ୍ରୀତି ସୌଦାଗର

ତୁମେ ଆଶ୍ୱିନ କାଶତଣ୍ଡୀ ଫୁଲ

     ମୁଁ ନଈ ପଠା ଘର ।।

ତୁମେ କାର୍ତ୍ତିକେ ସବୁଜ ପତର

      ମୁଁ ପହିଲି କାକର

ତମେ ମଗୁସୁର ଶ୍ରେଷ୍ଠ ଉପହାର

      ମୁଁ ସ୍ତାବକ ପ୍ରବର ।।

ତୁମେ ଫଗୁଣର ଫୁଲେଇ ରଙ୍ଗ

      ମୁଁ ପାଗଳ ଭ୍ରମର

ତୁମେ ଚଇତାଳି ମଳୟ ବାଆ

      ମୁଁ କୋଇଲିର ସ୍ୱର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance