STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ତୁମେ

ତୁମେ

1 min
275

      

ମୋ ଜୀବନ ମରୁଭୂମିରେ ତ

ମରୁଦ୍ଯାନଟିଏ ତୁମେ

ନିଦାଘ ତପ୍ତ ପରାଣେ ମୋର

ବାରିଧାରାଟିଏ ତୁମେ

ବରଷା ଭିଜା ତନୁରେ ମୋର

ଇନ୍ଦ୍ରଧନୁଟିଏ ତୁମେ

ଶୀତସକାଳର କଅଁଳଖରାରେ

ଶିଶିର ବିନ୍ଦୁଟେ ତୁମେ

ସାଗରର ବେଳାର ଶାମୁକାରେ ତ

ମୁକ୍ତାବିନ୍ଦୁଟେ ତୁମେ

ଶୂନ୍ୟତା ଭରା ଜୀବନରେ ମୋର

ପୂର୍ଣ୍ଣତା ପରା ତୁମେ

ଅମା ଅନ୍ଧକାର ଜୀବନେ ମୋର

ଦୀପଶିଖା ଟିଏ ତୁମେ

ସୁଖଦୁଃଖ ଭରା ଜୀବନେ ମୋର

ମଧୁଝରା ଜହ୍ନ ତୁମେ

ଅନନ୍ତଜନ୍ମ ସାଥୀ ତୁମେ ମୋର

ହୃଦୟ ସ୍ପନ୍ଦନ ତୁମେ

ତୁମବିନା ଏଇ ଜୀବନେ ମୋର

ନାହିଁ ଜୀଇଁବାର ମାନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics