STORYMIRROR

Umashankar Satpathy

Romance

4  

Umashankar Satpathy

Romance

ତୁମେ

ତୁମେ

1 min
296


କାଲିର ଭଲପାଇବା

ମତେ ଆଜି ଅଜାଡ଼ି ଦେବକି ?

ଯିବାପୂର୍ବରୁ କିଛି ପ୍ରୀତି

ବଳିପଡିବ

କାଳେ ସାଙ୍ଗରେ ନେଇଯିବି

ଆରଜନ୍ମରେ ତୁମଠୁଁ ହିଁ

ହେବ ଆରମ୍ଭ 

କାହା ଛାଇ ଆଉ

ପଡ଼ିବାକୁ ହେବନି

କାହା ହାତର ଗୋଲାପ

କାହା ଆଖିର ଈଶାରା

ସବୁ ହେବ ପ୍ରଭାବରହିତ

କାରଣ ମୁଁ ଥିବି

ତୁମର ଏ ତୀକ୍ଷ୍ଣ ନଜରରେ

ଆବଦ୍ଧ ଏକ ଚୁମ୍ବକୀୟ ବଳୟଭିତରେ ...

କେବଳ ଆକାଶକୁ ଚାହିଁଥିବି, 

କାନକୁ ଡେରିଥିବି 

ଆଶା ଓ ଆଶଙ୍କାରେ

ଗଣୁଥିବି ଦିନ

କେବେ ତୁମ ହେବ

ଧରାବତରଣ

ମୋ ଗାଁରେ 

ମୋ ପଡୋଶୀ କୋଳରେ ।

ତା ପରେ 

ଯୁଗରୁ ଯୁଗାନ୍ତର ଯାଏଁ

ପ୍ରତିଟି ସ୍ପନ୍ଦନେ ମୋର ତୁମେ ହିଁ ...

ତୁମେ ଥିବ

ତୁମ ସ୍ମୃତି ସାଥେନେଇ

ଚାଲୁଥିବି ବାଟ

କେବେପୁଣି ସଂଜଵଧୁ ସାଜି

ସଂଜଦୀପ ଜାଳୁଥିବ

ମୋ ଅଗଣାରେ

ମାଖି ମୁଁ ଦେଉଥିବି

ଗୋଲାପି ଚିବୁକେ ତୁମ

ଇନ୍ଦ୍ରଧନୁର ରଗଂ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance