ତୁମେ
ତୁମେ
ତମେତ କଳୀଟେ ଫଳ ଫୁଲ ଭରା
ପ୍ରକୃତିର ଅନୁପମା
କାହାର ମାନିନୀ ମନସ୍ବିନୀ ତମେ
ଅଭିମାନୀ ପ୍ରିୟତମା ।
ଫଗୁଣର ତମେ ବାସ ଭରା ରାତି
ବୈଶାଖୀର ଝଞ୍ଜା ଖରା
ଛଅ ଋତୁ ପରେ ଆଉ ଏକ ଋତୁ
ଲୁଚେଇ ରଖିଛ ପରା
ସେ ଋତୁରେ ଯେବେ ନାୟିକା ସାଜ ଗୋ
ରାତି ଲାଗେ ଝୁମାଝୁମା ।
ତମେ ଭୁଲାମନ ବୁଲା ଫକୀରର
ଝୁଲାମୁଣି ଟେକି ଥାଅ
ତମେ କାହାଣୀରେ ରାଜକୁମାରୀ ଗୋ
ପକ୍ଷୀରାଜେ ଉଡୁ ଥାଅ
ତମେ ଅନାମିକା କବିର ନାୟିକା
କଳ୍ପନାର ରାଜଜେମା ।