STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ତୁମେ

ତୁମେ

1 min
231

                                              

ସପନ ଭିଜା ଏ ଆଖିରେ ମୋହର

ତୁମେ ନିଦ ଭରା ରାତି ।

ତୁମେ ପୀରତିର ଫୁଲେଈ ଫଗୁଣ

ହଜିଲା ଦିନର ସ୍ମୃତି ॥0॥


ସଜ ସକାଳର କଅଁଳିଆ ଖରା

ବିରହ ବୈଶାଖ ତାତି ।

ଶରତର ଝରା କାକରେ ଭିଜା

 ଘାସ ଫୁଲେ ଭରା ମୋତି ॥

ଚଇତିର ତୁମେ ବାଉଳା ପବନ

ମାଘର ଶିତୁଆ ରାତି ॥୧॥


ତୁମେ ଋତୁ ଭରା ପ୍ରକୃତି ପସରା

ଅବୁଝା ମନର ସାଥି ।

ଦରଦୀ କଣ୍ଠର ଛନ୍ଦ ହିନ ଗୀତ

ଭଙ୍ଗା ବୀଣା ଛିଣ୍ଡା ତନ୍ତ୍ରୀ ॥

ପ୍ରେୟସୀ ପ୍ରାଣର ପ୍ରୀତି ନାୟିକା ମୋ

ଜୋଛନାର ଭିଜା ରାତି ॥୨॥

***



Rate this content
Log in

Similar oriya poem from Romance