STORYMIRROR

Sabita Nayak

Romance

4  

Sabita Nayak

Romance

ତୁମେ ଥରେ ଆସନା ପ୍ରିୟ

ତୁମେ ଥରେ ଆସନା ପ୍ରିୟ

1 min
330


ତୁମେ ଥରେ ଆସନା ପ୍ରିୟ

ମୋ ମନ କୁଟୀରରେ

ତୁମେ ଦେଇଥିବା ବଂଶୀଦେଖ

ଆଜିଯାଏ ରଖିଛି ସାଇତି

ତୁମେ ତୋଳିଥିବା ମୋ ନାମର ମୂର୍ଛ୍ଛନା

ଗୁଞ୍ଜରିତ ସଦା ବଂଶୀର ଧ୍ବନିରେ ।


ଥରେ ଆସି ତୋଳିଧରନା କୃଷ୍ଣ

ଆଉଥରେ ବଂଶୀର ସ୍ବର

ମୁଁ ହଜିଯିବି

ମନମୋହକ ରୂପରେ ତୁମର

ତୁମରି କୋଳରେ ମୁଣ୍ଡରଖି

ମୁଁ ଭୁଲିଯିବି

ସତ୍ତାଟିଏ ଥିଲି ପୃଥିବୀର ।


ମୁଁ କେବଳ ତୁମକୁ ହିଁ ଦେଖୁଥିବି

ତୁମେ ପରମ ସତ୍ୟ

ମୋ ହୃଦୟର ପରମପୁରୁଷ

ମୁଁ ହିଁ କେବଳ ତୁମର

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ

ହେ ନାଥ ନାରାୟଣ ବାସୁଦେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance