STORYMIRROR

CHINMAYEE PRADHAN

Drama Romance Fantasy

4  

CHINMAYEE PRADHAN

Drama Romance Fantasy

ତୁମେ ଥିଲେ ସାଥେ

ତୁମେ ଥିଲେ ସାଥେ

1 min
321

ତୁମେ ଥିଲେ ସାଥେ ଡର ନାହିଁ ସତେ

   ଚାଲିବାକୁ ବାଟ ଦୁନିଆଁରେ,

ଆସୁ ଯେତେ ବାଧା ନାହିଁ ଅସୁବିଧା

   ସହିଯିବି ମୁଁ ହସିଦେଇରେ।


ହୃଦୟରେ ମୋର କରିଛ ତ ଘର

   ଆହେ ମୋର ପ୍ରାଣର ଠାକୁର,

ତୁମକୁ ପୂଜଇ ତୁମକୁ ଭଜଇ

   ତୁମେ ହିଁ ତ ଦେବତା ମୋହର।


ସକାଳୁ ଉଠିଲେ ତୁମକୁ ସ୍ମରଇ

   ତୁମ ନାମ ତୁଣ୍ଡ ମୋର ଧରେ,

ମୋ ଦିନ ଆରମ୍ଭ ତୁମରି ପୂଜାରୁ

   ଦିନ ସରେ ତୁମରି ନାମରେ।


ମୋହମାୟା ଭରା ଏ ସାରା ସଂସାର 

   ସବୁ ପରା ତୁମରି ଭିଆଣ,

ହେ ଜଗତ ଧାତା ତୁମେ ସ୍ରୁଷ୍ଟିକର୍ତ୍ତା

  ତୁମେ ହିଁ ତ ବିନାଶ କାରଣ।


 ତୁମ ଇଚ୍ଛା ବିନା ପବନ ବହେନା

    ସୁରୁଜ ଉଏଁନା ଆକାଶରେ,

ତୁମ ଇଚ୍ଛା ବିନା ମେଘ ବରଷେନା 

   ଜହ୍ନ ବି ଆସେନା ରଜନୀରେ।


ମଣିଷର ଭାଗ୍ୟ ତୁମେ ହିଁ ଲେଖିଛ

   କର୍ମ କରେ ତୁମ ଅନୁସାରେ,

ପାପ ମୁଁ ଅରଜେ ପୁଣ୍ୟ ମୁଁ ଅରଜେ

   ସବୁ ଲେଖେ ତୁମରି ନାଆଁରେ।


ସମର୍ପି ଦେଇଛି ଜୀବନକୁ ମୋର

   ଆହେ ପ୍ରଭୁ ତୁମ ଚରଣରେ,

ସୁଖଦୁଃଖ କିଛି କରେନି ଶୋଚନା

   ଆସୁଥାଉ ଯାହା ଜୀବନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama