STORYMIRROR

Kamal Kumar Dash

Romance Abstract Others

2  

Kamal Kumar Dash

Romance Abstract Others

ତୁମେ ତ ମୋହର

ତୁମେ ତ ମୋହର

1 min
13.6K


             

ତୁମେତ ମୋହର   ପ୍ରାଣ ବିଥିକାର

   କୋମଳ କୁସୁମ କଳି

ତୁମେତ ମୋ ମନ     ଇନ୍ଦ୍ରଧନୁ

    ସାତ ରଂଗର ବର୍ନାଳୀ (୧)

ତୁମେ ପରା ମୋର   ପାରିଜାତ ପୁଷ୍ପ

      ମୋର ମନ ବାଟିକାର

ତୁମେତ ମୋହର   କବିତାର ଘର

     ମୋର ଭାଷାର ସଂଭାର (୨)

ମୋର ପୁଷ୍କରିଣୀ    କମଳ କଳିର

     କିସଳୟ ତୁମେ ପରା

ସୁନେଲି ସୁରୁଜ     ପକ୍ଷୀର କାକଳି

    ଶୀତ ସକାଳର ଖରା(୩)

ସାଥୀ ତୁମେ ମୋର  ପୁରା ଫହୁଣର

    ରଂଗ ମୋର ଅବୀରର

ମୋର ବସଂତର        ପୁଷ୍ପର ସଂଭାର  

       କୁହୁତାନ କୋଇଲିର୍ (୪)

ଚାଂଦ ତୁମେ ମୋର  ମନ ଆକଶର 

      ଅଳସୀ ଲାଜେଇ ପ୍ରୀୟା

ତୁମରି କାଂଦରେ    ତୁମରି ହସରେ

       ଭାଂଗେ ଗଢେ ମୋ ଦୂନିଆ (୫)

 (କମଳ କୁମାର ଦାଶ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance