ତୁମେ ସ୍ମୃତି ତୁମେ ସ୍ୱସ୍ତି
ତୁମେ ସ୍ମୃତି ତୁମେ ସ୍ୱସ୍ତି
ଖିନଭିନ ଲାଗୁଥିଲା ପୁରୁଷ
ଏକ,ଦୁଇ, ତିନି କ୍ରମରେ
ମୁଁ,ତୁମେ ଏବଂ
ଆମ ସମସ୍ତଙ୍କ ପୈ।ରୁଷତ୍ୱ
ଏବଂବଚନ ନିର୍ଣ୍ଣୟ ।
ଆମ ଆଖିକୁ ସବୁକିଛି
ଦିଶୁନାହିଁ ସଫା ସଫା,
କମିଯାଉଛି ବଳ ଓ ବୟସ,
ଭୀତତ୍ରସ୍ତ ଯୁଦ୍ଧମ୍ ଦେହୀ ଆହ୍ୱ।ନକୁ
ଆମେ ସବୁ ବୋଝ ପ୍ରତେ ହେଉ
ବଞ୍ଚିବାକୁ ସୂଚୀ ଅଗ୍ରେ
ନାହିଁ ଏଠି ସ୍ଥାନ ।
ମୁଁ ଖୋଜୁଛି ମୋତେ
କେତେ ବହି ପାଠ , ଶିକ୍ଷା ଦୀକ୍ଷା
ନିରଳସ କର୍ମ ଧର୍ମ
ମନ୍ଦିର ସମାଜେ,
ବିତିଯାଏ ଜୀବନ ତମାମ
ସଜାଇ ସପନ ସବୁ ଛବି ତୁମ ଆଙ୍କି ପୁଣି ମନଲାଖି
ରଙ୍ଗ ଭରିବାରେ ।
ଯେଉଁଠି ଦେଖିଲେ ମୋତେ
ଭାସିଉଠେ ଗୋଲ ମୁହଁ
ଦିଶିଥାଅ ତୁମେ ଖାଲି ତୁମେ ।
ତୁମେ ଦ୍ୱିତୀୟ ବା ଅଦ୍ୱିତୀୟ
ପୁରୁଷ ବା ନାରୀ, କିବା ହୋଇପାର
ନାମମାତ୍ର ଶବ୍ଦ ଅଦଭୁତ,
ସର୍ବଶକ୍ତିମାନ ତୁମେ
ଗଢିପାର ଭାଙ୍ଗିପାର, ତୁମବିନା
ଏ ଜଗତ ନିଶ୍ଚିତ ଅନାଥ ।
