STORYMIRROR

Jitendra Seth

Romance

2  

Jitendra Seth

Romance

ତୁମେ ସବୁ ଜାଣି ଅଜଣା କାହିଁକି

ତୁମେ ସବୁ ଜାଣି ଅଜଣା କାହିଁକି

1 min
286

ନାହିଁ ଆଉ ସେଇ ଅଝଟ ପିଲାଦିନ

ପ୍ରାପ୍ତ ବୟସର କୃଷ୍ଣଚୂଡ଼ା ତମ ଅଙ୍ଗେ

ପ୍ରଜ୍ଜ୍ଵଳିତ, ଆଲ୍ହାଦିତ ଓ ତରଙ୍ଗାୟିତ

ମୋର ମନର କଥାକୁ ବୁଝିବା ପାଇଁ

ତୁମେ ଶତପ୍ରତିଶତ ସମର୍ଥ

ଦୃଷ୍ଟି ନିରେଖି ଦେଖ ଥରେ ମୋର ଅବସ୍ଥା 

କେତେ ଆତୁର ମୁଁ ତୁମ ପାଇଁକି

ଆଗୋ ପ୍ରିୟତମା

ତୁମେ ସବୁ ଜାଣି ଅଜଣା କାହିଁକି


କେମିତି କହିଲେ ବୁଝିବ ମୋ ମନର ବେଦନା 

ତୁମ ବିନା ଆଶାହୀନ ପକ୍ଷୀ ଟିଏ ପରି ଏଇ ମୋ ଜୀବନ

ଉଡ଼ିବାକୁ ଚାହେଁ ଡ଼େଣାଝାଡି ସୁନୀଲ ଆକାଶ ତଳେ 

ତୁମ ସାଥେ, କେବଳ ତୁମରି ସାଥେ 

ହେଲେ ତୁମେ ତ ବୁଝିବାକୁ ନାରାଜ୍ 

ଦେଖିଛି ମୁଁ ସ୍ଵପ୍ନ ପରୀ ରାଇଜର 

ହେଲେ ତୁମେ ତ ଆସିବାକୁ ନାରାଜ୍ 

ହୃଦୟରେ ସାଇତି ରଖିଛି କେତେଯେ ମିଠା ମିଠା କଥା 

ହେଲେ ତୁମେ ତ ଶୁଣିବାକୁ ନାରାଜ୍ 

ଏକୁଟିଆ ନୀରବେ ମୁଣ୍ଡପାତି ବାଟ ଚାଲେ ଆଜି 

ସବୁ ଯନ୍ତ୍ରଣା ସହିକି 

ଆଗୋ ପ୍ରିୟତମା

ତୁମେ ସବୁ ଜାଣି ଅଜଣା କାହିଁକି



ତୁମେ ମୋର ପାଖରେ ଥିଲେ 

ସମୟଟା କେମିତି ସରିଯାଏ ମୁଁ ବି ଜାଣି ପାରେନି 

ତମ ସାଥେ ଥିଲା ବେଳେ ଇଚ୍ଛା ହୁଏ 

ଏ ସମୟଟା ଅଟକି ଯାଆନ୍ତା କି ସବୁଦିନ ପାଇଁ 

ହେଲେ ଅମାନିଆ ସମୟଟା 

ଦେଖୁ ଦେଖୁ କୁଆଡ଼େ ଚାଲିଯାଏ 

ଚଳଚଞ୍ଚଳ ମନ ମୋର ନୀରବତାର ଅନ୍ଧକାର ଭିତରେ 

ପୁଣି ଥରେ ହଜି ଯାଏ 

ଯେତେବେଳେ ମୁଁ ତୁମ ଠାରୁ ବିଦାୟ ନିଏ, 

ମୋର କଥା ବାର୍ତ୍ତା ଆଉ ଚେହେରାକୁ ଦେଖି 

ସତରେ କଣ ତୁମେ ବୁଝି ପାରୁନାହଁ କିଛି 

କାହିଁକି ତୁମେ ଏମିତି ମୌନ ନୀରବ ନିସ୍ତବ୍ଧ 

କଥା ହୁଅ ମୋ ସାଥେ 

ମୋ ମୁହଁକୁ ଥରେ ଚାହିଁକି

ଆଗୋ ପ୍ରିୟତମା

ତୁମେ ସବୁ ଜାଣି ଅଜଣା କାହିଁକି ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance