Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Romance

3  

ବୀରେନ୍ କୁମାର ବେହେରା

Romance

ତୁମେ ସାଜି ବତୀଘର

ତୁମେ ସାଜି ବତୀଘର

1 min
7.5K


ଜୀବନରେ ମୋର ବିରହ ଭରିଲେ,

ତୁମେ ଫୁଲ ପ୍ରୀତି ଭରା ।

ମାଘ ମାସ ଶୀତ ଏ ଜୀବନ ହେଲେ,

ତୁମେ ବଇଶାଖୀ ଖରା ।।

ଜୀବନେ ମୋ ଯେବେ ସୁନାମୀ ଆସଇ,

କଇଳାସ ସାଜ ତୁମେ ।

ତୁମର ଶୀର୍ଷରେ ନିରାପଦେ ମୁହିଁ,

ଭିଜୁଥାଏ ତୁମ ପ୍ରେମେ ।।

ତପନ ତାପରେ ଦେହ ପୋଡିଗଲେ,

ତୁମେ ଯେ ମୃଦୁ ମଳୟ ।

ତୁମ ପ୍ରେମରେ ମୁଁ ଲଭେ ଆତ୍ମତୃପ୍ତି,

ସତେ କି ପ୍ରେମ ନିଳୟ ।।

ମହାବାତ୍ୟା ଯେବେ ଜୀବନରେ ଆସେ,

ତୁମେ ସାଜିଥାଅ ଗୁମ୍ଫା ।

ଦେଇଛ ସୁରକ୍ଷା ନ ପାରିବି ଭୁଲି,

ତୁମର ଏ ଅନୁକମ୍ପା ।।

ମୋ ଜୀବନେ କେବେ ତୃଷାର୍ତ୍ତ ଭରିଲେ,

ତୁମେ ସାଜ ପୁଣି ନୀର ।

ମୃତ୍ୟୁ ସଞ୍ଜୀବନୀ ମୋ ପ୍ରାଣେ ସିଞ୍ଚିଛ,

ଶୋଷକୁ କରିଛ ଦୂର ।।

ଜଳଧିରେ ମୁହିଁ ହେଲେ ଦିଗହରା,

ତୁମେ ରଖ ଯେ ନଜର ।

କୂଳେ ଫେରିବାକୁ ବାଟ କାଢିନିଅ,

ତୁମେ ସାଜି ବତୀଘର ।।


ବୀରେନ୍ କୁମାର ବେହେରା

ପୋଷାଇ ,ମହାକାଳପଡା, କେନ୍ଦ୍ରାପଡା

ପିନ୍-754224

email-beherabirenkumar65@gmail.com

ଫୋନ୍-7381199206


Rate this content
Log in

Similar oriya poem from Romance