STORYMIRROR

Tankadhar Majhi

Fantasy Others

2  

Tankadhar Majhi

Fantasy Others

ତୁମେ ପୁଣି ଫେରି ଆସ

ତୁମେ ପୁଣି ଫେରି ଆସ

1 min
130

ତୁମେ ପୁଣି ଫେରି ଆସ

ମୋ ହୃଦୟ ଶବଦ ଶୁଣି, 

ମୌସୁମୀ କଳମରେ

ମୋ କବିତାର ଭାବ ହୋଇ,

ମୁଁ ଲେଖିବାକୁ ଚାହେଁ

ତୁମ ସ୍ଥିତି ଅବସ୍ଥିତିରେ

କ୍ଷୁଦ୍ର ଏକ ଉପନ୍ୟାସ

ଯେଉଁଠି ,

ପ୍ରେମ ଋତୁ ଚକ୍ର ଆସିଥିବ

ତୁମେ ବଦଳି ଗଲେ ବି

ପୁଣି ଫେରି ଆସୁଥିବ

ହଁ ମୁଁ ,

ତୁମ ଅପେକ୍ଷାରେ ବଞ୍ଚୁଥିବି 

ଯୁଗାନ୍ତକାରୀ ଲେଖକ ହୋଇ

ଏଣେ ତୁମ

ଅନୁପସ୍ଥିତିର ଯନ୍ତ୍ରଣା

ମାନସିକ ଚାପ 

ଅନେକ ସମବେଦନା

ହୃଦୟଙ୍ଗମ କରିପାରୁଥିବି

ଜଣେ କାଳଜୟୀ ସ୍ରଷ୍ଟା ପରି

ଅଥଚ !

ତୁମେ ପୁଣି ଫେରି ଆସ

ଆଗତ ପ୍ରେମ ଋତୁଟେ ସାଜି ।


Rate this content
Log in

Similar oriya poem from Fantasy