STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

ତୁମେ ଓ ମୁଁ"

ତୁମେ ଓ ମୁଁ"

1 min
135

ତୁମେ ଫଗୁଣର ଫୁଲର ମହକ

ମୁଁ" ଶ୍ରାବଣର ନଈ

ତୁମେ ଫଗୁଣର ପୂବେଇ ପବନ

ମୁଁ" ଭସାମେଘ ଛାଇ

ତୁମେ ଫଗୁଣର ହସର ପସରା

ମୁଁ" ଶ୍ରାବଣର ଲୁହ

ତୁମେ ଫଗୁଣର ସୁନେଲି ମୁରୁଜ

ମୁଁ" ବରଷାର ସୁଅ

ତୁମେ ଫଗୁଣର ଗୋଧୂଳି ଲଗନ

ମୁଁ" ଶ୍ରାବଣର ରାତି

ତୁମେ ଫଗୁଣର ଆଶାର ଆକାଶ

ମୁଁ" ଦିଗହରା ପକ୍ଷୀ

ତୁମେ ଫଗୁଣର ଚାନ୍ଦର ଜୋଛନା

ମୁଁ" ବରଷାର ଛିଟା

ତୁମେ ଫଗୁଣର କୃଷ୍ଣଚୂଡ଼ା ମୋର

ମୁଁ" ମଧୁମାଳତୀ ଲତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract