STORYMIRROR

Dr Jharana Satapathy

Romance

3  

Dr Jharana Satapathy

Romance

ତୁମେ ମତେ କେତେ ଭଲପାଅ

ତୁମେ ମତେ କେତେ ଭଲପାଅ

1 min
362


ତୁମେ ମତେ ଯେତିକି ଘୃଣା କର  

ଅନ୍ତରରେ ସେତିକି ଭଲପାଅ

ତୁମେ ମତେ ଯେତେ ଗାଳିଦିଅ  

ତାଠୁ ଅଧିକ ସ୍ନେହ ବି କର

କଥା କଥାରେ ତୁମର ଭାରି ଆକଟ

ମନରେ ନଥାଏ ଛନ୍ଦକପଟ

ମୋର ଆଖି ଆଗରୁ ଚାଲିଯା କହୁଛ 

କିନ୍ତୁ ମତେ ମୁହୂର୍ତ୍ତ ଦେଖି ରହିପାରୁନ

ବାଧିଲା ଭଳି ଯେତିକି କଥା କୁହ 

ସେତିକି ଅନ୍ତରରେ ଭଲପାଅ

ପ୍ରତି ମୁହୂର୍ତ୍ତରେ ତୁମେ ଦୋଷ ଧର

ତାକୁ ଵି ତୁମେ କ୍ଷମା କର

ଉପରେ ତୁମର କେତେ ରାଗରୁଷା

ମନ ଭିତରେ ସର୍ବଦା ହସ ହସ

ପ୍ରତି କଥାରେ ହସ୍ତକ୍ଷେପ କରିବାକୁ ମନାକର 

ମତେ ଜଣାଇ କିଛି କାର୍ଯ୍ୟ ନ କର

ପାଖରୁ ମତେ ତୁମେ ଦୂରେଇ ଯାଅ କୁହ 

କହିବା ମାତ୍ରେ ଆଖିରୁ ଵୋହିଯାଏ ତୁମର ଲୁହ

ଉପରେ ତୁମର ରାଗ ଗରଗର 

ହୃଦୟଟି ଅଟେ କେଡେ ସଫାସୁତର

ଯାହା ପାଟିରୁ ଵାହାରେ କହିଦିଅ 

ପରେ ସେହି କଥା ଭାବି ନିଅ

ହୃଦୟଟି ତୁମର ଅଟେ କୋମଳ 

ତୁମ ପରି ଆଉ କେହି ନାହିଁ ସରଳ

ପ୍ରତିଟି ବିଶ୍ବାସରେ ଏବଂ ନିଶ୍ବାସରେ ମୁଁ ତୁମର

ସୁଖ ଦୁଃଖର ସାଥୀ ଆମେ ଚିରଦିନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance