STORYMIRROR

Jambeswar Dalai

Romance

4  

Jambeswar Dalai

Romance

ତୁମେ ମୋ ନାୟିକା

ତୁମେ ମୋ ନାୟିକା

1 min
218

ତୁମେ ମୋ କବିତା

 ତୁମେ ମୋର କାବ୍ୟ

          ତୁମେ ମୋର ଗପ ପେଡି

ତୁମେ ମୋ ନାୟିକା  

ମୁଁ ତୁମ ନାୟକ

          ରହି ପାରିବିନି ଛାଡି ।


ମନ ଉପବନେ

ପ୍ରିୟତମା ତୁମେ

         ସରଗର ପାରିଜାତ

ତୋଳିବାକୁ କେତେ 

ଯାତନା ସହିଛି

         ବଢାଇଛି ଯେବେ ହାତ ।

ନିରାଶେ ଆଘାତ

ସହିଛି ମୋ ଦେହ

       ତୋଳିଲେ ଗୋଲାପ କଢି ।

        ତୁମେ ମୋ କବିତା


ତୁମେ ମୋ ଉର୍ବଶୀ

ତୁମେ ମୋର ରମ୍ଭା

          ସରଗର ଅପସରା

ସପନ ରାଇଜେ

ଘୁରି ବୁଲୁଅଛି 

          ପାଉନି କୂଳ କିନାରା

ପ୍ରୀତି ପ୍ରଣୟର

ଚୁମ୍ବନ ଆଙ୍କିବି

        ପାଖକୁ ଆସ ଗୋ ମାଡି ।

        ତୁମେ ମୋ କବିତା


ତୁମେ ମୋ ସପନ

ତୁମେ ମୋ ଜୀବନ

        ତୁମେ ମୋ ହୃଦ ସ୍ପନ୍ଦନ

ତୁମ ବିନା ପ୍ରିୟା

ଜଡ ମୋ ଶରୀର

       କେମିତି କାଟିବି ଦିନ

ତୁମେ ମୋର ଆଶା

ତୁମେ ମୋ ଭରଷା

       ନିରାଶର ଆଶା ବାଡି ।

       ତୁମେ ମୋ କବିତା


ତୁମେ ମୋ ଜୋଛନା

ତୁମେ ମୋର ତୃଷ୍ଣା

         ତୁମେ ମରୁ ମରୀଚିକା

ମାୟା ମୃଗ ତୁମେ

ପ୍ରହେଳିକା ସାଜି

        କରିଦେଲ ତୁମେ ଏକା

କାହିଁକି କେଜାଣି

ପ୍ରେମର ପାହାଚ

       ପାରୁନି ଆଜି ମୁଁ ଚଢି ।

ତୁମେ ମୋ କବିତା

ତୁମେ ମୋର କାବ୍ୟ

       ତୁମେ ମୋର ଗପ ପେଡି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance