STORYMIRROR

Reeta aparajeeta Mohanty

Abstract Others

3  

Reeta aparajeeta Mohanty

Abstract Others

ତୁମେ ମୋ ମଳୟ ଚନ୍ଦନଧାରା

ତୁମେ ମୋ ମଳୟ ଚନ୍ଦନଧାରା

1 min
286

ଆଜି ମିଠା ପାଗ ମନକୁ ମତୁଆଲା କରୁଛି

ସକାଳ ଗୋଟିଏ ସ୍ୱରଭରା ଗୀତ ପରି ଲାଗୁଥିଲା

ରାସ୍ତା କଡର କମଳା ଫୁଲ ଗୁଡା ମନଖୋଲି ହସୁଥିଲେ

ମେଞ୍ଚେ ପକ୍ଷୀ କଳରବ କରୁଥିଲେ ଆମ୍ବଗଛ ପାଖରେ

ଏ ସବୁ ଅପରାଜିତାକୁ ହାତଠାରି ଡାକୁଥିଲେ

ମୁଁ ଅଣ ନିଶ୍ୱାସୀ ହେଇ ଧାଉଁଥିଲି ମୋ ନିଡ଼କୁ

ଜୀବନ ଯେଉଁଠି ଜଂଜାଳର ଗୀତ ଗାଏ।

ପ୍ରତି ସମୟରେ ମୁଁ କର୍ତ୍ତବ୍ୟ ଜୁଇରେ ଜଳେ

କେମିତି ରହିଯିବି ପକ୍ଷୀଗୀତ ଶୁଣିବା ପାଇଁ

ସ୍ୱପ୍ନ ଓ ସ୍ୱପ୍ନ ଭିଜା ପାଗ ମନା ମୋ ପାଇଁ।

ତୁମେ ନଥିଲେ ଋତୁର ପ୍ରଭାବ ପଡ଼େନା

ମୋ ଉପରେ।

ତୁମେ ମୋ ଋତୁରାଜ ବସନ୍ତ

ତୁମେ ମୋ ମଳୟ।ଚନ୍ଦନ ଧାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract