ତୁମେ ମନେପଡ଼
ତୁମେ ମନେପଡ଼
ତୁମେ କେବେ ମନେପଡ଼
ଭିଜା ଭିଜା ମାଟିର ବାସ୍ନାରେ
ଝିପି ଝିପି ବର୍ଷI ଭିଜା
ସବୁଜ ସେ ଘାସ ଗାଲିଚାରେ । (୧)
ଇନ୍ଦ୍ରଧନୁ ରଙ୍ଗ ଆଉ
ଭସା ଭସା ବାଦଲ ଭିତରେ
ଗାଁ ଚାଳୁ ଝରୁଥିବା
ଥପ୍ ଥପ୍ ବରଷା ବୁନ୍ଦା ରେ । (୨)
ଜାଣି ମୁଁ ପାରେନା ଏତେ
ତୁମେ କାହିଁ ମନେପଡ଼ ଦୁନିଆଁ ବାଟରେ ।।