ତୁମେ କଥାକୁହା ଶାରୀ
ତୁମେ କଥାକୁହା ଶାରୀ
1 min
177
ତୁମେ ସଖୀ ଏକ ସରଗର ପରୀ
ମରତେ ଆସିଛ ଧାଇଁ
ଧନ୍ୟ କରିଛ ଜୀବନକୁ ମୋର
ତୁମ ପ୍ରୀତିଛୁଆଁ ଦେଇ I
ତୁମ ମନ ସଖୀ ଗୋଲାପି ଗୋଲାପି
ମଧୁଝରା ତୁମ ହସ
ଫୁଲପରି ତୁମ ମୁହଁଟି ସୁନ୍ଦର
ଦେହେ ଗୋଲାପର ବାସ I
ତୁମକୁ ଦେଖି ମୁଁ ଜହ୍ନକୁ ଦେଖିଲେ
ଜହ୍ନ ଲାଗେ ଫିକା ଫିକା
ସପନ ସୁନ୍ଦରୀ ପ୍ରିୟା ତୁମେ ମୋର
ମୋ ହସ୍ତର ଭାଗ୍ୟ ରେଖା I
ତୁମରି ମଥାରେ ଉଇଁବା ପାଇଁକି
ଜହ୍ନ କରେ ନିତି ଅଳି
ତୁମ କପାଳରେ ସ୍ଥାନଟିଏ ପାଇଁ
ଲାଗେ ତାରାଙ୍କର କଳି I
ଜୀବନ ଯମୁନା ତଟଦେଶେ ତୁମେ
ସୁମଧୁର ବଂଶୀସ୍ୱନ
ଭାବିଦେଲେ ଟିକେ ଦିଶିଯାଏ ମୋତେ
ତୁମ ରୂପ ଯଉବନ I
କେମିତି ବର୍ଣ୍ଣିବି ତୁମକୁ ଲୋ ସଖୀ
କେହି ନୁହେଁ ତୁମ ସରି
ତୁମେ ମୋ କାବ୍ୟର ଅଳସୀ ନାୟିକା
କଥାକୁହା ଏକ ଶାରୀ I