STORYMIRROR

Tapaswini DashSarangi

Abstract

3  

Tapaswini DashSarangi

Abstract

ତୁମେ କହିବ ଯଦି

ତୁମେ କହିବ ଯଦି

1 min
202

ତୁମେ କହିବ ଯଦି

ମୋ ଆଖିରେ ଲୁହ ଦେଖି ଖୁସି ହେବା ପାଇଁ

ଝରାଇ ଦେବି ମୋ ଆଖିରେ ଲୁହର ଅବିଶ୍ରାନ୍ତ ଧାର

ବୁହାଇ ଦେବି ଲୁହ ରୂପରେ ଲହୁକୁ।

ତୁମେ କହିବ ଯଦି

ମୋ ହୃଦୟକୁ ଦେଇ ଯାତନା ଖୁସି ହେବା ପାଇଁ

ବିନା ଦ୍ଵିଧାରେ କଷ୍ଟ ଦେବି ମୋ ହୃଦୟକୁ

ତନ୍ନ ତନ୍ନ କରି ଭାଙ୍ଗି ଦେବି ଏ ହୃଦୟର ବିଶାଳ କୋଠରୀକୁ।

ତୁମେ କହିବ ଯଦି

ମୋ ସ୍ଵପ୍ନକୁ ଜାଳି ଦେଇ ଖୁସି ହେବା ପାଇଁ

ଜାଳି ଦେବି ମୋର ସେ ସ୍ଵପ୍ନର ସାମ୍ରାଜ୍ୟକୁ

ବିତାଇବି ରଜନୀକୁ ତନ୍ଦ୍ରାହୀନ ହୋଇ

କାହିଁକିନା ମୁଁ ତୁମକୁ ଭଲ ପାଏ ସାଥୀ

ଖୁସି ହେବି ଯଦି ମୋ ତ୍ୟାଗ ବଦଳରେ

ତୁମେ ଖୁସି ହେବ।

କାହିଁକି ନା ମୁଁ ତୁମକୁ ଭଲ ପାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract