ତୁମେ କାହିଁକି ଆସହେ ମୃତ୍ୟୁ
ତୁମେ କାହିଁକି ଆସହେ ମୃତ୍ୟୁ
ଜୀବନଟା ଅଟେ ସ୍ଵୟଂ
ବ୍ରହ୍ମଙ୍କ ଆଶୀର୍ବାଦ ଉନ୍ମାଦନା
ବେଦନାର ସମାରୋହ
ଜନ୍ମମୃତ୍ଯୁର ଖେଳଘର
ବିଧି ସ୍ଵଂରଚିତ ରଙ୍ଗ ମଞ
ଉନ୍ମାଦିତ କଷଟି ପଥର
ସୁଖ ଦୁଃଖ ଅଟଇ ଦୁଆର
ବନ୍ଧ ତାହାର ଏ ଉତ୍ସାହରେ
ମଗ୍ନ ମାନବ ଜୀବନେ
ମୃତ୍ୟୁ କେତେବେଳେ
ଆସି ଛୁଇଁ ଯାଏ ହସର
ଜୁଆର ଭାଙ୍ଗି ଦିଏ ମୃତ୍ୟୁ
ଶୋଇର ଛାଇ ଦିଏ
ଖେଳାଇ ନିର୍ବୋଧ ମନୁଷ୍ୟ
ମୃତ୍ୟୁ କାହିଁକି ଆସଇ ଜାଣି
ପାରେନା ଲୁହର ସାଗର
ଡେଉରେ ମୃତ୍ୟୁର
ତାଣ୍ଡବଲୀଳା ରଚି
ଭାଙ୍ଗି ଦିଏ ସବୁ ସ୍ବପ୍ନ
ଏକୁଟିଆ କରିଦିଏ
ମନ ପ୍ରାଣ ଯନ୍ତ୍ରଣା କରେ
ଅଥୟ ଭାଙ୍ଗି ଦିଏ
ଜୀବନର ମୂଲ୍ୟ ।
