STORYMIRROR

Kalandi pal

Inspirational

3  

Kalandi pal

Inspirational

ତୁମେ ଜଗତର ନାଥ

ତୁମେ ଜଗତର ନାଥ

1 min
141

ଦ୍ୱାରିକାର ନାଥ  ସେ ଦ୍ୱାରିକାନାଥ

    ବଦ୍ରିକାରେ ବଦ୍ରୀନାଥ

ଥାଇ ଶଙ୍ଖକ୍ଷେତ୍ର  ତୁମେ ଜଗନ୍ନାଥ

    ବୋଲାଅ ଜଗତନାଥ

ପ୍ରଭୁ, ରଖ ଟେକି ଦୁଇ ହାତ ।


ତୁମ ନାମାମୃତ  ଜଗତେ ବିଖ୍ୟାତ

    ଅତି ମଧୁର ସେ ରସ

ଯିଏ କରେ ପାନ  ଜାଣେ ତା ମରମ

    ଚହଟେ ଜୀବନ ବାସ

ପିଇଲେ ଦାସୀଆ ହୋଇଲେ ବାଇଆ

    ଡାକି ଡାକି ଜଗନ୍ନାଥ ।


ଲେଖିଦେଲେ ନାମ ଶିଳା ଭାସମାନ

    ସେତୁ ବନ୍ଧରେ ବାନର

ଘୋଷି ତୁମ ନାମ ବୀର ହନୁମାନ

    ଶୂନ୍ୟରେ ଉଡେ ସତ୍ୱର

ତୁମ ନାମ ନାଥ ଜଗତର ପଥ

    ସାହା ଏକା ଜଗନ୍ନାଥ ।


Rate this content
Log in

Similar oriya poem from Inspirational