STORYMIRROR

Sabita Nayak

Romance

3  

Sabita Nayak

Romance

ତୁମେ ହସିଦେଲେ

ତୁମେ ହସିଦେଲେ

1 min
224

ତୁମେ ହସିଦେଲେ ଖେଳିଯାଏ ମନେ 

ମଳୟର ମଧୁଗନ୍ଧ 

ମନ୍ଦହାସିନୀଗୋ କେମିତି ଭୁଲିବି 

ତୁମରି ପିରତି ଛନ୍ଦ

ତୁମେ ତ....

ଭରିଦେଲ ମୋ ଜୀବନେ ପ୍ରେମରରଙ୍ଗ। 


ତୁମ ଛାନ୍ଦମୟ ମଧୁର ଆଳାପ 

ହୃଦୟକୁ ଗଲାଛୁଇଁ 

ଯେତେ ଦୂରେଥିଲେ ଲାଗୁଛି ଏମିତି 

ପାଖରେ ମୋ ଅଛ ରହି 

ତୁମେ ତ.....

ସଜାଇଲ ମୋ ଜୀବନେ ବଞ୍ଚିବାଢଙ୍ଗ।


ତୁମେ ଛୁଇଁଦେଲେ ଯାଦୁର କୁହୁକ 

ମୋ ପ୍ରାଣରେ ସଞ୍ଜିବନି 

ସତରେ କୁହଗୋ କେଉଁ ରାଇଜରୁ 

ଆସିଅଛ ସାଜିପରୀ 

ତୁମେ ତ......

ଲେଖିଦେଲ ମୋ ଜୀବନେ ନୂଆଁ ଅଧ୍ୟାୟ। 


ତୁମେ ଶିଖାଇଲ ସପନ ଦେଖିବା 

ମୋ ଆଖିରେ ସାତରଙ୍ଗ 

ତୁମପାଇଁ ସଖି ବୈଶାଖେ ବସନ୍ତ 

ସବୁୠତୁ ୠତୁରାଜ 

ତୁମେ ତ......

ଆଣିଦେଲ ମୋ ଜୀବନେ ସପତସୁର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance