ମେଘ ଓଢଣା ତଳର ବଧୂ ତୁମେ
ନମନୀୟ ପୁଣି ଶାନ୍ତା
ବରଷା ପଡିଲେ ଟୁପୁ ଟୁପୁ ହୋଇ
ତମେ ଵନିଯାଅ କାନ୍ତା
ଚକଡା ଚକଡା ଚୁଆରେ ପାଣି
କଉ ଗଡିଶା ଆକତାମାକତା
କେଵେ ବିଜୁଳି କେଵେ ଘଡଘଡି
ଚଡଚଡି ଦେଖାଏ ପଥ ଓ ପନ୍ଥା
ତୁମେ ଆଣିଦିଅ ସଖି ସାଙ୍ଗ ଓ ସଙ୍ଗାତ
ସାଧଵ ବୋହୁ ହସ ଲାଗେ ମୁକ୍ତା
ବେଙ୍ଗ ବେଙ୍ଗୁଲି ସାରୁ ବୁଦା ମୂଳେ
ସେଇ ତାଙ୍କ ଛାତ ଛତା
ପଶୁ ପକ୍ଷୀ ଜାଣନ୍ତି ନିଜେ ନିଜର ଆଶ୍ରୟ
ଗଠନମୁଳକ ଚେତନା ଚିନ୍ତା
ମଣିଷ ପଢୁଛି ରାମାୟଣ ମହାଭାରତ
ଗୀତା ସଙ୍ଗେ ବଢ଼ାଇ ଅନୁଚିନ୍ତା
ବରଷା ସାଥେ ଆଣିଛି ନୈଶର୍ଗିକ ଚେତନା
ପଢ଼ିବାକୁ ଭଗବତ ଗୀତା
ଋତୁ ପରେ ଋତୁ ଆସେ ଯାଏ ଦିଏ ନିଏ
ଜୀବନର କଥା ଗାଥା ସଙ୍ଗେ ବାର୍ତ୍ତା
ବୁଝିଲେ ସ୍ୱୟଂ ନବୁଝିଲେ ଯାଅ
ମଣିଷ ନୁହେଁ ହର୍ତ୍ତାକର୍ତ୍ତା ଦଇବ ବିଧାତା
କେହି ଜଣେ ଅଛି ଛାତ ଛତା ହୋଇ
ବରଷା ଯୁଆଡେ ବା'କୁ ବତା
ବରଷା ମେଘ ହୋଇ ନାଚି ନଚାଏ ଧରା
ଫୁଲ ପକ୍ଷୀ ମଣିଷ ସଭିଏଁ ଦାତା
ବରଷା ରାଣୀ ଗୋ ମେଘ ସଵାରୀରେ
ତୁମେ ହିଁ ପ୍ରକୃତି ମାତା
ଘେନ ସଭିଙ୍କର ଅଭିନନ୍ଦନ ନନ୍ଦିକା ଗୋ
ଆଖିରେ ଶ୍ରାବଣର ନାଁ ଗାଁ ଠିକଣା ପତା