STORYMIRROR

Santosh Pattnayak

Romance

3  

Santosh Pattnayak

Romance

ତୁମେ ଏକା ମୋର ସୁଖର ପ୍ରଦୀପ

ତୁମେ ଏକା ମୋର ସୁଖର ପ୍ରଦୀପ

1 min
170

ରଜନୀ ବିତୁଛି ସଜନୀର ବିନା 

    ହିଆରେ ଅଜଣା କ୍ଷତ 

ଦୁଃଖ ଦରିଆରେ ଜୀବନ ଭାସୁଚି 

    ସୁଖ ମୋର ପାରିଜାତ 


ରାତି ଯାଏ ପାହି ସ୍ବପ୍ନ ଭରିଦେଇ 

     ନାହାନ୍ତା ପ୍ରହର ଦୁଃଖ 

 ଆସିଲେ ବି କେହି ହୃଦୟେ ଧସେଇ

      ଦେଇ ପାରିବନି ସୁଖ 


ତୁମେ ଏକା ମୋର ସୁଖର ପ୍ରଦୀପ 

    ଜୀବନର ପରିମାପ 

 ତୁମ ବିନା ଏଇ ଜୀବନାଟା ଅଧା 

    ଦିଅ ପିରତୀର ଛାପ 


ଜହ୍ନ ପ୍ରେମେ ବାଇ ପାଗଳିନୀ କଇଁ

   କୃଷ୍ଣ ପ୍ରେମ ପାଇଁ ରାଈ

ସମ୍ପର୍କ ନଈରେ ଖୁସିର ଆସରେ 

  ଆସ ଭିଜି ଯିବା ସହି ....


ସ୍ନେହ ବରଷାରେ ମନ ଭିଜୁ ଥିବ 

  ଭରଷା ସାଜିବ ଛତା 

ସାହାସଟା ଆଜି ଆହୁଲା ସାଜିବ 

  ଡଙ୍ଗାଟା ପ୍ରେମର ସତ୍ତା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance