ଯେମିତି ଗଢ଼ିବ ମନ୍ଦିର
ସେମିତି ପାଇବ ପୂଜା
ଉଡ଼ୁ ନଉଡୁ ଧ୍ବଜା
ଇଶ୍ୱର ପାଳିବେ ପ୍ରଜା
ନିଜେ ଇଶ୍ୱର ଭାବିଲେ
ଭଲରୁ ଭେଲ
ବନ୍ୟା ବାତ୍ୟା ମରୁଡି ତୁଲ୍ୟ
ଯେତେ ପୁଷ୍ପ ମୂଲ୍ୟ ଅମୁଲ୍ୟ
ତୋଳିବାକୁ ଧର୍ଯ୍ୟ ସାହାସ
ଉଭେଇ ଗଲାଣି ଆସି ବାଆ ବତାସ
ସବୁଆଡେ ଏବେ ଏଠି ପିଶାଚ
ମଣିଷକୁ ଗଛେ ଚଢେଇ ମଣିଷ
ମୂଳରୁ ଚେର କାଟେ ଅବଶ୍ୟ
ଗାନ୍ଧି ବୋଲି ଥିବା ଟଙ୍କାରେ ମୁଣ୍ଡକୁ
ଚିହ୍ନି ପାରେ ଅବଶ୍ୟ
ଭୁଲିଗଲାଣି ସତ୍ୟ ଅହିଂସା ଶୋଷ
ପତର ତଳେ ଭାଗ୍ୟ
ଗଛ କାଟି କାଢେ ରୋଗ
କେମିତି କରିବ ଭୋଗ
ନିଦାନ ଖୋଜୁଛି ଔଷଧ ସେବନେ
ପ୍ରତିକାର ନାହିଁ ଅନ୍ନ ଭୋଜନେ
ଶୟନେ ସପନେ ଅବା ଜାଗରଣ
ଗୋପନେ ସଦନେ
ପରିବାରେ ଥିବ ଯଦି ପ୍ରେମ ଝଲକ
ତେବେ ହସିବ ଗାଁ ରାଜ୍ୟ ମୂଲକ
ପଡିବ ପଲକ ଶାନ୍ତିର ଆଲୋକ ଝଲକ