STORYMIRROR

Chinmayee Sahoo

Romance

3  

Chinmayee Sahoo

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
270

ନିଃଶବ୍ଦ ଝଙ୍କାରେ ପ୍ରେମ ପ୍ରତିକ୍ଷାରେ

  ପିୟାଷୀ ମନ ମୋ ଝୁରେ

ମତୁଆଲି ଲାଗେ ସାରା ଦୁନିଆଟା

  ପ୍ରେମ ନିଶା ଭାରି ଘାରେ


ଅଦ୍ଭୁତ ଯାତନା ମନ ତ ମାନେ ନା

  ଶିହରଣ ଅଙ୍ଗେ ଅଙ୍ଗେ

ଯୁଗ ଯୁଗ ଚାହେଁ ତୁମ ରି ପରଶେ

  ରଙ୍ଗିବାକୁ ତୁମ ରଙ୍ଗେ


ନହେଲେ ନ ହୁଏ ରୁପବତୀ ମୁହିଁ

  ତୁମ ପ୍ରେମେ ଇ ତ ଭିଜା

ମୋର କଳ୍ପନାର ପ୍ରେମର ରାଇଜେ

  ମୁଁ ରାଣୀ ତୁମେ ମୋ ରାଜା


ଅଧରେ ସ୍ଫୁରଣ ବଦନେ କମ୍ପନ

  କହିବି ବା କାହା ଆଗେ

ଆଗନ୍ତୁକ ପ୍ରୀୟ ମନ ମୋ ଅଥୟ

  ସଜେଇ ହୁଏ ସରାଗେ


ଶୀତଳ ସମୀରେ ପ୍ରେମ ସନ୍ଦେଶରେ

  ଲେଖୁଛି ମନ ଆବେଗ

ପଢିନିଅ ଯେତେ ଅକୁହା ଭାବନା

  ପ୍ରେମ ବିରହର ରାଗ


ବିରହ ବିଚ୍ଛେଦ ଅଟଇ ଦୁଃସାଧ୍ୟ

  ପ୍ରୀୟତମ ବିନା ଆହା

ସେ ମିଠା ଯାତନା ଭରେ ଉନ୍ମାଦନା

  ସାଥୀ ଏକା ତୁମେ ସାହା


ଚାତକୀ ମୁଁ ତୁମେ ଘନ ବାରିଧାରା

  ବରଷି ଯାଅ ଉଲ୍ଲାସେ

ଆକଣ୍ଠ ପାନ ରେ ମଜ୍ଜିଯିବି ଧୀରେ

  ପ୍ରଣୟର ମଧୁ ରସେ


ନଥିବ ତିଳେ ହେଁ ଆନ ଚିନ୍ତା କିଛି

  ଖାଲି ତୁମେ ଆଉ ମୁଁ

ତୁମେ କହୁଥିବ ପ୍ରେମର କାହାଣୀ

  ମାରୁଥିବି ଶୁଣି ହୁଁ


ଦିବସ ରଜନୀ ଖବର ନ ଥିବ

  ତୁମ ଠାରେ ହୋଇ ଛନ୍ଦା

ସମୟ ସେ କ୍ଷଣି ସ୍ଥିର ହୋଇଯିବ

  ଆମ ପାଖେ ପଡ଼ି ବନ୍ଧା


ଈର୍ଷା ରେ ଦୁନିଆ ଦଗ୍ଧ ହେଉ ପଛେ

ଆମ ପ୍ରେମ ଦେଖି ଦେଖି

ମୋ ନେତ୍ର ଦର୍ପଣେ ତୁମେ ଦଖୁଥିବ

ଚାହିଁ ଥିବି ମୁଁ ନିରେଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance