STORYMIRROR

Krishna Mishra

Abstract

4  

Krishna Mishra

Abstract

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
179


ସୂର୍ଯ୍ୟର କୋମଳ ସ୍ପର୍ଶ,

ଉଷାକୁ ଜଗାଏ,

ଭରିଦିଏ ପ୍ରାଣେ

ନବ ଜୀବନ....।

ତରୁଲତା ଛୁଇଁ

ସମୀର ବହଇ

ଚୁପି ଚୁପି କହେ

ମଧୁସମ....।

ଫୁଲ ଭରିଦିଏ

ପ୍ରଜାପତି ଦେହେ

ନିଜର ରଙ୍ଗ ମହକ,

ବରଷି ଯାଇ ମେଘ

କରିଦିଏ ସେତ

ଧରଣୀ ରାଣୀକୁ ତୃପ୍ତ।

ଲହରୀ ଯାଇ ସାଗରେ ମିଳଇ

ଜହ୍ନ ଗପୁଥାଏ

ଜୋଛନା ସହ ....

କାୟା ସାଥେ ସତେ ଛାୟା ଚାଲିଥାଏ,

ଜୀବନ ଅନ୍ତିମ ପଥ....

ମୁଁ ତୁମ ଭିତରେ, ତୁମେ ମୋ ଭିତରେ,

ଯୁଗ ଯୁଗ ସମ୍ମିଳିତ....।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract