STORYMIRROR

kamal kumar dash

Romance

2  

kamal kumar dash

Romance

ତୁମେ ଆସ

ତୁମେ ଆସ

1 min
138


ମୋ ଆକାଶ ଭସା ବାଦଲରେ

ମୋ ସ୍ମୃତିର ଖୋଲା ଅଗଣାରେ

ତୁମେ ଆସ ଚାନ୍ଦଟିଏ ହୋଇ

ଅଜଣା ଅନ୍ଧାର ରାତିରେ—୧


ମନେ ପଡେ ତୁମରି ଆସିବା

ଝୁମ ଝୁମ ପାଉଞ୍ଜିର ଶବଦ

ଗାଆଁ ବାଟ ଧାନ ବିଲ ଦେଇ

ଖରା ବେଳେ, ସକାଳ, ସଞ୍ଜରେ

କେବେ ଅବା, ନଈ ଗଲେ ଛାଇ—୨


କେବେ ଆସ ଭିଜି ଭିଜି ଶ୍ରାବଣରେ

ମେଘର ଓଢଣୀ ଟାଣି

ଭିଜା ଭିଜା ମଟିର ବାସ୍ନାରେ

ଭିଜା ଭିଜା ତନୁ ମନ ନେଇ—୩


ସବୁଜ ଘାସର ପରେ ଥିରି ଥିରି

ଅଳତାର ପାଦ ଚିପି ଚିପି

ଟୁକ ଟୁକ ନାଲି ଶାଢୀ ପିନ୍ଧି

ସୁନ୍ଦର ସାଧବ ବୋହୁଟେ ହୋଇ—୪


କୁଆଁର ପୁନେଇର ଛେନା ଚାନ୍ଦ ଧରି

ଅଧା ଅଧା ଆଲୁଅ ଅନ୍ଧାରେ

ଛପି ଛପି ତୁମେ ଆସ

ପୁନେଇଁ ରାତିରେ—୫


କେବେ ଅବା ପଖେ ବସି

ଚୁପିଚୁପି କଥା କହି

କଅଁଳ ପରଶ ଦେଇ

ଦୂରେ ଚାଲି ଯାଅ ହସି ଦେଇ--୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance