STORYMIRROR

Krushna Chandra Dakua

Abstract

3  

Krushna Chandra Dakua

Abstract

ତୁମ୍ଭେ ର'ଖ ମହାବାହୁ

ତୁମ୍ଭେ ର'ଖ ମହାବାହୁ

1 min
11.7K

ଦେଶ ମୋର ଆଜି 

ବିପଦ ସଙ୍କେତରେ ଗତି କରୁଅଛି

ତୁମ୍ଭେ ର'ଖ ମହାବାହୁ

ତୁମ୍ଭ ଶ୍ରୀଛାମୁ ତଳେ 

ଆମ୍ଭେ ନିଜକୁ ସମର୍ପି ଦେଇଛୁ 

ଆହେ ଦୟାମୟ ଦୀନବନ୍ଧୁ ମହାବାହୁ 


ଏ ସବୁ କହିବା ବାହୁଲ୍ୟ 

ତୁମ୍ଭ ପାଖେ କିଛି ଆବଶ୍ୟକ ପଡୁ ନାହିଁ

ତୁମେ ତ ସର୍ବଜ୍ଞ ଜଗତ ଠାକୁର 

ଜଗତର ନାଥ ଆହେ ପ୍ରଭୁ ଜଗନ୍ନାଥ ମହାବାହୁ 


କରୋନା କବଳେ ସାରା ମହିମଣ୍ଡଳ 

ଡାକୁଅଛି ଆଜି ତ୍ରାହି ତ୍ରାହି 

ତୁମର ଏ କି ଲୀଳା ମହାପ୍ରଭୁ ହେ 

ଜମାରୁ କିଛି ବୁଝା ପଡୁ ନାହିଁ 


ଏବେ କିଏ କହୁଅଛି ନିଦା ଠାକୁରହେ

ନିଦକେ ଶୋଇଛ ଛପନ ପଉଠି ଖାଇ 

ଆଡ ଆଖିରେ ଟିକେ ଚାହ୍ନୁ ତୁମେ

କି ଦୋଷ କରିଅଛୁ ଆମ୍ଭେ 

କୁହ ଏ ଜନ ସମାଜ ରଖିବ ନା ନାହିଁ 


ଜନମ ମରଣ ଆମ୍ଭ ତୁମରି ହାତରେ 

ତୁମେ ତ ଆମକୁ ଶାହା 

ଆମେ କାହିଁ କାହାକୁ ଭରଷା କରିବୁ 

ତୁମେ ତ ଆମ ଚଉଦିଗକୁ ବାହା 


ମନ ହେଉନି କି ରଥ ଚଢିବାକୁ 

କଳାସାଆନ୍ତେ ହେ 

ଯିବ ନାହିଁ କି ଏ'ଥର ମାଉସୀ ଘର 

ଭକ୍ତ ବୃନ୍ଦ ଆମ୍ଭେ ଚାହିଁ ବସିଅଛୁ 

ତୁମ ଶ୍ରୀପୟର ତଳେ 

କେବେ ଦେଖିବୁ ତୁମକୁ 

ମୁକ୍ତ ଆକାଶ ତଳେ

ନାନା ରଙ୍ଗ ସ୍ଵର୍ଣ୍ଣ ଆଭୁଷଣ ବେଷେ 


କହିବକି ପ୍ରଭୁ ତୁମ୍ଭେ କଣ ଚାହ୍ନୁଛ 

କଣ କରିଲେ ହୋଇବ ଖୁସୀ 

ତେବେ ଆଊ ଡେରୀ କାହିଁ କୁହ 

ଶ୍ରୀମନ୍ଦିରରୁ ବାହାରି ଆସି 

ସିଂହ ଦ୍ଵାରରେ କୁହନ୍ତୁ ଶୀଘ୍ର ବସି

ଜୟ ଜଗନ୍ନାଥ 



Rate this content
Log in

Similar oriya poem from Abstract