STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ତୁମ ସୃଷ୍ଟି ତୁମେ ହିଁ ରଖିବ (୫)

ତୁମ ସୃଷ୍ଟି ତୁମେ ହିଁ ରଖିବ (୫)

1 min
194

ବନ୍ଦୀ ଜୀବନର ଆଜି ପଞ୍ଚମ ଦିବସ

ନୀରବତା ଖେଳେ ସବୁ ସହର ବଜାରେ

ଶୁନ୍ ଶୁନ୍ ନିରବରେ ଲାଗଇ ବିବଶ

ଗାଁ ଗଣ୍ଡା ଖାଁ ଖାଁ ନାକାବନ୍ଦୀ ପଞ୍ଚମ ଦିନରେ


ରାତି ନିଦ ହୁଏ ନାହିଁ ଲାଗେ ଛଟପଟ

ଦିନ କଟେ ନାହିଁ କେହି ନାହିଁ ସାଙ୍ଗ ସାଥି

ଦେଖରେ ମଣିଷ ଜାତି ୟେ କରୋନା ନାଟ

ବୋଧହୁଏ ଜୀବନେ ୟେ ଆଦ୍ୟ ଅନୁଭୁତି


ସକାଳେ ସଞ୍ଜରେ ପୁନଃ ରାମାୟଣ କଥା

ତତ୍ପରେ ମହାଭାରତ ବିବତ୍ସ କାହାଣୀ

ଶାନ୍ତି ମୈତ୍ରୀପ୍ରୀୟ ରାମଚନ୍ଦ୍ର ଙ୍କର ବାର୍ତ୍ତା

ଯୁଗ ପ୍ରାନ୍ତେ ରକ୍ତନଦୀ ଶୁଣେ ଗୀତା ବାଣୀ


ଉପୁଜେ ସନ୍ଦେହ ପୁଣି ପ୍ରଶ୍ନ ଉଠେ ମନେ

ଶାନ୍ତି କିବା ରକ୍ତ ନଦୀ କି ଖେଳ ଖେଳିବ

ଅଦୃଶ୍ୟ ନିୟତି ତୁମେ ଏଇ ଧରାଧାମେ

କୁହ ପ୍ରଭୁ ଆସିଛ କି ମ୍ଳେଛ ସଂହାରିବ


କି ରୂପେ ଆସିବ ତୁମେ କିଏ ବା ଜଣିବ

ଆଶାକରେ ତୁମ ସୃଷ୍ଟି ତୁମେ ହିଁ ରଖିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract