ତୁମ ସୃଷ୍ଟି ତୁମେ ହିଁ ରଖିବ (୫)
ତୁମ ସୃଷ୍ଟି ତୁମେ ହିଁ ରଖିବ (୫)
ବନ୍ଦୀ ଜୀବନର ଆଜି ପଞ୍ଚମ ଦିବସ
ନୀରବତା ଖେଳେ ସବୁ ସହର ବଜାରେ
ଶୁନ୍ ଶୁନ୍ ନିରବରେ ଲାଗଇ ବିବଶ
ଗାଁ ଗଣ୍ଡା ଖାଁ ଖାଁ ନାକାବନ୍ଦୀ ପଞ୍ଚମ ଦିନରେ
ରାତି ନିଦ ହୁଏ ନାହିଁ ଲାଗେ ଛଟପଟ
ଦିନ କଟେ ନାହିଁ କେହି ନାହିଁ ସାଙ୍ଗ ସାଥି
ଦେଖରେ ମଣିଷ ଜାତି ୟେ କରୋନା ନାଟ
ବୋଧହୁଏ ଜୀବନେ ୟେ ଆଦ୍ୟ ଅନୁଭୁତି
ସକାଳେ ସଞ୍ଜରେ ପୁନଃ ରାମାୟଣ କଥା
ତତ୍ପରେ ମହାଭାରତ ବିବତ୍ସ କାହାଣୀ
ଶାନ୍ତି ମୈତ୍ରୀପ୍ରୀୟ ରାମଚନ୍ଦ୍ର ଙ୍କର ବାର୍ତ୍ତା
ଯୁଗ ପ୍ରାନ୍ତେ ରକ୍ତନଦୀ ଶୁଣେ ଗୀତା ବାଣୀ
ଉପୁଜେ ସନ୍ଦେହ ପୁଣି ପ୍ରଶ୍ନ ଉଠେ ମନେ
ଶାନ୍ତି କିବା ରକ୍ତ ନଦୀ କି ଖେଳ ଖେଳିବ
ଅଦୃଶ୍ୟ ନିୟତି ତୁମେ ଏଇ ଧରାଧାମେ
କୁହ ପ୍ରଭୁ ଆସିଛ କି ମ୍ଳେଛ ସଂହାରିବ
କି ରୂପେ ଆସିବ ତୁମେ କିଏ ବା ଜଣିବ
ଆଶାକରେ ତୁମ ସୃଷ୍ଟି ତୁମେ ହିଁ ରଖିବ
