STORYMIRROR

baishnaba meher

Romance

2  

baishnaba meher

Romance

ତୁମ ସ୍ପର୍ଶ

ତୁମ ସ୍ପର୍ଶ

1 min
132

ହଜିଯାଏ ମୁଁ ତୁମ ଛୁଆଁ ରେ

ତୁମ ମହକରେ ସମ୍ମୋହିତ ଆଜି

ତୁମ ମଧୁର ସ୍ୱର ଶୁଣି

ମୋ ହୃଦୟ ନାଚି ଉଠେ

ତୁମ ନରମ ସ୍ପର୍ଶରେ

ମୋ ଲୋମତକ ଟାଙ୍କୁରି ଉଠେ


ମୋ ପ୍ରେମାତୁର ଓଠଟି

ପ୍ରତୀକ୍ଷଣେ ବିମୋହିତ

ତୁମ ନରମ ତ୍ୱଚାର ସ୍ପର୍ଶ ପାଇଁ

ଭିଜା ଭିଜା ଶ୍ୱେତର ଆଘ୍ରାଣରେ

ଆଉ

ଅତରର ମହକରେ

ମୋ ଇନ୍ଦ୍ରିୟତକ ସମ୍ମୋହିତ

ତୁମ ପ୍ରେମର ସାନିଧ୍ୟ ପାଇଁ


ଚଉଦିଗେ ପ୍ରେମମହ୍ଳାର ଖେଳେ,

ନାଚିଉଠେ ପ୍ରେମାତୁର ମନ

ଓଠ ମୋର ଭାରି ଅମାନିଆ

ତୁମ ସ୍ପର୍ଶପାଇଁ ହୁଏ ମୃଦୁ-କମ୍ପନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance