ତୁମ ସ୍ମୃତି
ତୁମ ସ୍ମୃତି
ତୁମ ଅପେକ୍ଷା ତ
"ଚିର ହରିତ୍"
ବକୁଳ ବନର ଛାଇ,
ପୂତଃ ପ୍ଳାବନୀ ଗଙ୍ଗା ସମ
ନିର୍ଝର ହୋଇ ଯାଏ ବହି।।
ତୁମ ସ୍ମୃୃୃତି ତ
"ଅପାସୋରା ଗୀତି"
କୁହୁ କୁହୁ ତାନେ ନିଏ ମନ ମୋହି,
ଜ୍ୟୋସ୍ନାର୍ଣ୍ଣବ ଲଗ୍ନେ
ତୁମେ ଆସ ଅବତରି
ମୋ ଶୂନ୍ୟ ଆଞ୍ଜୁଳି ପୂର୍ଣ୍ଣ କରିବା ପାଇଁ।।

