STORYMIRROR

Debabrata Barik Debunu

Romance Tragedy

4  

Debabrata Barik Debunu

Romance Tragedy

ତୁମ ସ୍ମୃତି

ତୁମ ସ୍ମୃତି

1 min
412


ତୁମେ ଦେଇଥିବା କଲମରେ ପ୍ରିୟା

ତୁମ କଥା ଭାବି ଲେଖେ 

ତୁମ ପ୍ରତିଶ୍ରୁତି ମିଛ ଜହ୍ନ ରାତି 

ଲାଗେ ସବୁ ଫିକା ଫିକା (୧)


କେଉଁ ଅଭିମାନେ ଚାଲି ଗଲ ଛାଡି 

କରି ଏତେ ହୀନିମାନ 

ଚାଲି ଯିବ ଦିନେ ଜାଣି ମୁଁ ନଥିଲି 

ଆଜି ଲାଗେ ଭାରି ଏକା ଏକା (୨)


କହୁ ଥିଲ ଦିନେ ଛାଡି ଯିବ ନାହିଁ 

ତୁମେ ମୋ ଜୀବନ ଧନ 

ସେଇ ଧନ ଆଜି ପର ହେଇଗଲା 

ତୁମେ ବୁଝିଲନି ତାର ମନ (୩)


ଧୋକା ଦବା ଯଦି ତୁମ ମନେ ଥିଲା 

କାଇଁ ପାଉଥିଲ ଭଲ 

ହାତ ଧରି ମୋର ବାଟ ଚାଲିବାର 

ମିଛ ଅଭିନୟ ତୁମେ କଲ (୪)


ପ୍ରେମ ବିରହର ବେଦନା ଯେତେକ 

ଭାରି କଷ୍ଟ ଦିଏ ମତେ 

ଲୁଚି ଲୁଚି କାନ୍ଦେ ତୁମ ପାଇଁ ସାଥି 

ଏତିକି ପ୍ରେମ ଯେ ଶିଖେଇଲ (୫)


ମୋ ଜୀବନରେ ଖୁସି ଆଉ ନାହିଁ 

ଅଛି ଖାଲି ଆଖି ଲୁହ 

ସେଇ ଆଖି ଲୁହ ସାଜେ ମୋ କାହଣୀ 

ହେଲେ କିଛି ଲେଖି ପାରେନି (୬)


କଲମ କୁ ଆଜି ସାଙ୍ଗ ମୁଁ କରିଛି 

ତତେ ଭାବି ଲେଖିବାକୁ 

କିଛି ଏଣୁ ତେଣୁ ତୁମ ପାଇଁ ଲେଖେ 

ଏ ମନ ବୁଝେଇବାକୁ (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance