Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Romance

3  

Sabita Nayak

Romance

ତୁମ ସହିତ କପେ ଚାହା

ତୁମ ସହିତ କପେ ଚାହା

1 min
244


ତୁମେ ଥରେ ଆସନ୍ତ କି 

ଶିହରଣ ଭରା ପାହାନ୍ତି ପବନ ସାଙ୍ଗରେ 

କପେ ଚା' ଧରି। 

 

ତୁମର ହସ ହସ ଓଷ୍ଠରେ 

ଗପିଯାନ୍ତ କେତେ କ'ଣ

ଆକାଶର ଜହ୍ନରୁ 

ପୃଥିବୀର କୋଣ ଅନୁକୋଣ ।


ମୁଁ ନିରବରେ ହଜିଯା'ନ୍ତି 

ତୁମରି ଭିତରେ 

ଆଉଥରେ ସପନରେ 

ହଜିଯା'ନ୍ତେ ଦୁଇଜଣ ।


ଖାତା ବହି ପେନ୍ ପେନସିଲ 

ତୁମେ ଆଉ ମୁଁ 

ଅନେକ ପ୍ରଶ୍ନ ସମାହିତ ଅସମାହିତ

ଦୁହେଁ ମିଶି ଖୋଜିବା 

ସବୁ ପ୍ରଶ୍ନର ଉତ୍ତର ।


ତୁମେ ଥରେ ଆସନା 

ମୋ ସବୁ ପ୍ରଶ୍ନର ଉତ୍ତର ସହିତ 

କପେ ଚା' ସହିତ। 



Rate this content
Log in

Similar oriya poem from Romance