STORYMIRROR

Raja Sekhar CH V

Romance

4  

Raja Sekhar CH V

Romance

ତୁମ ରୂପରେଖା

ତୁମ ରୂପରେଖା

1 min
255


ଆକର୍ଷଣୀୟ ସୌନ୍ଦର୍ଯ୍ୟ ପାଇଛ ସ୍ୱର୍ଗଲୋକ ଅପ୍‌ସରା ପରି,

ଦିଶୁଛ ରମ୍ଭା ଉର୍ବଶୀ ମେନକା ତିଳୋତ୍ତମା ରୂପବତୀ ପରି,

ତୁମ ଅପରୂପ ରୂପରେଖାର ସ୍ପଷ୍ଟ ବ୍ୟାଖ୍ୟାନ କରିବି କିପରି,

ହୃଦୟ ରେ ପ୍ରଣୟ ତରଙ୍ଗାୟିତ ହେଉଛି ସାଗର ଲହରୀ ପରି |୧|


ତୁମେ କହୁଛ ମଇନା ପରି, 

ତୁମେ ଗାଉଛ କୋଇଲି ପରି,

ତୁମେ ଚାଲୁଛ ହଂସିକା ପରି,

ତୁମେ ନାଚୁଛ ମୟୁରୀ ପରି ।୨।


ତୁମ ସିନ୍ଦୂରବିନ୍ଦୁ ଦିଶୁଛି ସୂର୍ଯ୍ୟବିମ୍ବ ପରି,

ତୁମ ଇନ୍ଦୁବଦନ ଲାଗୁଛି ଚନ୍ଦ୍ରବିମ୍ବ ପରି,

ତୁମ ନୟନ ଚମକୁଛି ଚକମକ ତାରା ପରି,

ତୁମ ବିନା ଭାବିବି ବଞ୍ଚିବି ଏବେ ମୁଁ କିପରି ।୩।


ତୁମ ସୁବର୍ଣ୍ଣ ଲାଗୁଛି ସୁବର୍ଣ୍ଣରେଖା ସହକାର ପରି,

ତୁମ ଔଜ୍ଜଲ୍ୟ ଦନ୍ତକାନ୍ତି ଲାଗେ ଡାଳିମ୍ବ ମଞ୍ଜି ପରି,

ତୁମ ଓଷ୍ଠ ଲାଗୁଛି ଗୋଲାପଜାମୁ ଜାମୁରୋଳ ପରି,

ତୁମ କପୋଳ ଲାଗୁଛି ମିଠା ନାସପାତି ପିଜୁଳି ପରି |୪| 


ତୁମ କୋମଳତା ଲାଗେ ମଲ୍ଲିକା ପରି,

ତୁମ ମହକ ଲାଗେ ରଜନୀଗନ୍ଧା ପରି,

ତୁମ କରତଳ ଯେ ଗୋଲାପ ପେନ୍ଥା ପରି,

ତୁମ ଦିବ୍ୟ ଭବ୍ୟତା ଲାଗେ ଶ୍ଵେତପଦ୍ମ ପରି ।୫।


ତୁମେ ଲାଗୁଛ ଧବଳ ହିମାଳୟ ହିମବିନ୍ଦୁ ପରି,

ତୁମେ ଲାଗୁଛ ଝରାଝୋର ଝର୍ଝର ଝରଣା ପରି,

ତୁମେ ଲାଗୁଛି ପଦ୍ମପତ୍ର ଉପରେ ଜଳବିନ୍ଦୁ ପରି,

ତୁମେ ଶୀତଳ ଲାଗୁଛ ମାନସରୋବର ସୁଜଳ ପରି ।୬।


ତୁମ କେଶପାଶ ଲାଗୁଛି ମେଘମାଳା ପରି,

ତୁମ ମୃଦୁହାସ ଲାଗୁଛି ପୁଲକିତ ପୁଷ୍ପ ପରି,

ତୁମ ଶାନ୍ତ ସ୍ୱରୂପ ଲାଗୁଛି ସବୁଜ ବନ ପରି, 

କ୍ଳାନ୍ତ ହେବିନି ତୁମ ରୂପରେଖାର ମନନ କରି |୭|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance