ତୁମ ପରି ଛୋଟ ପିଲାଟିଏ
ତୁମ ପରି ଛୋଟ ପିଲାଟିଏ
ତୁମ ପରି ଛୋଟ ପିଲାଟିଏ
କଟକ ସହରେ ଜନ୍ମିଥିଲା
ପିତା ଜାନକୀ ପ୍ରଭାବତୀ ମା'
କୋଳ ମଣ୍ଡନ ସେ କରିଥିଲା।୧୲
ଦୁଃଖି ପାଇଁ ପ୍ରାଣ କାନ୍ଦୁଥିଲା
ସେବା କାମ ସିଏ କରୁଥିଲା
ଆଜାଦ୍ ହିନ୍ଦଫୌଜ ଗଢିଥିଲା
ରକ୍ତ ବଦଳେ ଦେବ ସ୍ୱାଧୀନତା
ଏଇ ନାରା ସେତ ଦେଇଥିଲା୨॥
"ଦିଲ୍ଲୀ ଚଲୋ"ଡାକ ଦେଇଥିଲା
ସାହସ ତ୍ୟାଗ ପରାକ୍ରମ ପାଶେ
ବିଦେଶୀ ଯେ ମଥା ନୋଇଁଥିଲା
ସୁଭାଷରୁ ନେତାଜୀ ବୋଲାଇ
ଦେଶ ଜାତି ଯଶ ରଖିଗଲା।୩॥
